ଭୁବନେଶ୍ବର: ରାଜ୍ୟରେ କଫି ଚାଷୀଙ୍କୁ ସହାୟତା କରିବା ତଥା ରାଜ୍ୟରେ ନିରନ୍ତର କୃଷି ବିକାଶ ପାଇଁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଯାତ୍ରାରେ ଆମେ ବେସରକାରୀ କମ୍ପାନୀର ଅଂଶଗ୍ରହଣକୁ ସ୍ୱାଗତ କରୁଛୁ ବୋଲି ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି।
ବିଶେଷ କରି କୋରାପୁଟ ଭଳି ଜିଲ୍ଲାରେ କଫି ଚାଷରେ ଉନ୍ନତି କଫି ଭଳି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପ ଓଡିଶା ସରକାରଙ୍କ ଜାରି ରହିଥିବା ପଦକ୍ଷେପ ସହିତ ସୁସଙ୍ଗତ ଜୀବିକା ନିର୍ବାହ ଯୋଜନା ଏବଂ କୋରାପୁଟ କଫି ବ୍ରାଣ୍ଡର ପ୍ରୋତ୍ସାହନ ଭଳି ଓଡିଶାର ଅନନ୍ୟ କଫିକୁ ଏକ ବୃହତ ବଜାରକୁ ଆଣିବା ସହ ଆମ ରାଜ୍ୟର ସମୃଦ୍ଧ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଏହି ପଦକ୍ଷେପ ଦ୍ବାରା ସ୍ଥାୟୀ କଫି ଉତ୍ପାଦନ ଏବଂ ଲାଭ ବୃଦ୍ଧି ଦ୍ବାରା ଓଡିଶାର କୃଷକଙ୍କ ଜୀବନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି।
ଅଧିକ ପଢ଼ନ୍ତୁ: ଲୋକଙ୍କ ଘର ଦ୍ବାରରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା: ଆଇନ ମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ କିଷାନ୍ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ସହିତ ସମନ୍ୱିତ ଏହି ପ୍ରକଳ୍ପ, ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ କେରାପୁଟ ଅଞ୍ଚଳର କଫି ଚାଷର ବିକାଶ କରିବାର ଆଶା ରହିଛି।
ଅଧିକ ପଢ଼ନ୍ତୁ: ଆମ୍ବ ଟାକୁଆ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ
ଏସମ୍ପର୍କରେ ଆଇଏସଡବ୍ଲୁଏଆରର ସିଇଓ ପୀୟୁଷ ରଂଜନ ମିଶ୍ର କହିଲେ, ଏହି ସହଯୋଗ ମାଧ୍ୟମରେ ଆମେ କୋରାପୁଟରେ ଆଦିବାସୀ ସମ୍ପ୍ରଦାୟଙ୍କର କଫି ଚାଷ ବିକାଶକୁ ତ୍ବରାନ୍ବିତ କରି ସଉତ୍ପାଦନ ଏବଂ ଗୁଣବତ୍ତା ବୃଦ୍ଧି, କୃଷକ ଉତ୍ପାଦକ ସଂଗଠନକୁ ବିସ୍ତାର କରିବା ଏବଂ ବଜାର ସଂଯୋଗ ସ୍ଥାପନ କରି ଏକ ସ୍ଥାୟୀ ମଡେଲ ସୃଷ୍ଟି କରିବାର ଉଦ୍ୟମ କରିବୁ ଯାହା କୃଷକ ଏବଂ ସ୍ଥାନୀୟ ଅର୍ଥନୀତି ପାଇଁ ଲାଭ ଦାୟକ ହେବ।
Follow Us