ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଡିଜିଟାଲ୍ ମିସନ୍ (ଏବିଡିଏମ) ଅନ୍ତର୍ଗତ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ କରାଯାଇଛି। ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍ କ୍ଷେତ୍ରରେ ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନ ହାସଲ କରିଛି, ଯାହା ଭାରତର ଡିଜିଟାଲ୍ ସ୍ୱାସ୍ଥ୍ୟ ପରିବର୍ତ୍ତନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଦ୍ୱାରା ଚଳିତ ମାସ ୧୯ ଏବଂ ୨୦ରେ, ଭୁବନେଶ୍ୱରରେ ଅନୁଷ୍ଠିତ ଚିନ୍ତନ ଶିବିରରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସ ଏବଂ ଆଇଟି କମିଟି ଅଧ୍ୟକ୍ଷ ଡ. ମନୋଜ କୁମାର ମହାନ୍ତି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଅନୁ ଗର୍ଗଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏନଏଚଏ ସିଇଓ ଡ. ସୁନୀଲ କୁମାର ବର୍ଣ୍ଣୱାଲ, ରାଜସ୍ଥାନର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଗାୟତ୍ରୀ ରାଠୋର, ମେଘାଳୟର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ସମ୍ପଥ କୁମାର, ଓଡ଼ିଶାର ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍, ଡ. ବୃନ୍ଧା ଡି. ଏବଂ ଏନଏଚଏ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Parakram Diwas: ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା: ଉପରାଷ୍ଟ୍ରପତି
ଦୁଇ ଦିନିଆ ଚିନ୍ତନ ଶିବିର
ଦୁଇ ଦିନିଆ ଚିନ୍ତନ ଶିବିରରେ ଦେଶବ୍ୟାପୀ ବରିଷ୍ଠ ନୀତି ନିର୍ଦ୍ଧାରକ ଏବଂ ସ୍ୱାସ୍ଥ୍ୟ ପ୍ରଶାସକମାନେ ଏବିଡିଏମ ଅଧୀନରେ ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା ଏବଂ ଭବିଷ୍ୟତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଏକତ୍ରିତ ହୋଇଥିଲେ। ୨୭ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଆହୁରି ପଢ଼ନ୍ତୁ: Maoists Surrender: ୭ମହିଳା କ୍ୟାଡରଙ୍କ ସମେତ ଆତ୍ମସମର୍ପଣ କଲେ ୯ମାଓବାଦୀ
ଡିଜିଟାଲ୍ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ବ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ବଳିଷ୍ଠ ମାର୍ଗଦର୍ଶନରେ, ଏମ୍ସ ଭୁବନେଶ୍ୱର ନାଗରିକ-କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ଆଗକୁ ବଢାଇବାରେ ବିଶେଷ ପ୍ରଯତ୍ନ କରିଚାଲିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ଏମ୍ସ ଭୁବନେଶ୍ୱର ଏବିଡିଏମ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ଯେଉଁଥିରେ ୪୨ ଲକ୍ଷ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍, ୧୯ ଲକ୍ଷ ଆଭା ଟୋକନ୍ ସୃଷ୍ଟି ଅନ୍ତର୍ଭୁକ୍ତ। ବିଲିଂକୁ ସୁଗମ କରିବା, ରୋଗୀଙ୍କ ଧାଡ଼ି ହ୍ରାସ କରିବା ଏବଂ ହସ୍ପିଟାଲ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍କାନ ଏବଂ ପେ ସୁବିଧାର ସଫଳ କାର୍ଯ୍ୟାନ୍ୱୟନ ମଧ୍ୟ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ ରୋଗୀଙ୍କ ସୁବିଧାରେ ଉଲ୍ଲେଖନୀୟ ଉନ୍ନତି ଆଣିଛି, କାଗଜବିହୀନ କାର୍ଯ୍ୟପ୍ରବାହ ସୁନିଶ୍ଚିତ କରିଛି ଏବଂ ଚିକିତ୍ସାର ନିରନ୍ତରତାକୁ ସୁଦୃଢ଼ କରିଥିବା ଡାକ୍ତର ବିଶ୍ୱାସ କହିଛନ୍ତି।
Follow Us