Harvard Health
ଭୁବନେଶ୍ବର : ରାଜ୍ୟରେ କୋଭିଡ୍ର ଚୀନ୍ ପ୍ରଜାତିର ନୂଆ ଭୂତାଣୁ ଚିହ୍ନଟ ହୋଇଥିଲେ ହେଁ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଏମ୍ସ ପଲ୍ମୋନାରି ଡାକ୍ତର ପ୍ରଶାନ୍ତ ମହାପାତ୍ର। ସେ କହିଛନ୍ତି, ଚୀନ୍ ଓ ଭାରତର ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଚୀନ୍ରେ ଜିରୋ-କୋଭିଡ୍ ଥିଲା। ଲୋକେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ନଥିଲେ। କିନ୍ତୁ ଭାରତରେ ଲୋକେ ସବୁପ୍ରକାର ଖରାପ ସ୍ଥିତିର ମୁକାବିଲା କରିସାରିଛନ୍ତି। ତେଣୁ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଯାଇଛି। ଅଧିକାଂଶ ବ୍ୟକ୍ତି ଟିକା ମଧ୍ୟ ନେଇ ସାରିଛନ୍ତି। ତେଣୁ ଭୟଭୀତ ହେବାର ଆଶଙ୍କା ନାହିଁ। ଅନ୍ୟପକ୍ଷରେ କୋଭିଡ୍ ମୁକାବିଲା ପାଇଁ ଏମ୍ସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ଅଭିଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ ହୋଇଛି। କୋଭିଡ୍ ଆକ୍ରାନ୍ତ ଆସିଲେ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ନେଇ ଆଲୋଚନା ହୋଇଛି।
ସୂଚନାନୁଯାୟୀ, ଡାକ୍ତର ପ୍ରଶାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨୦୨୦ ମସିହାରୁ ଏମ୍ସରେ କୋଭିଡ୍ ପରିଚାଳନା ହେଉଛି। ଏପରିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ୨୦୨୧ ମସିହାରେ ମହାରାଷ୍ଟ୍ରରେ କୋଭିଡ୍ ବିପଜ୍ଜନକ ସ୍ଥିତି ମଧ୍ୟ ଡାକ୍ତର ମହାପାତ୍ର ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରିଛନ୍ତି।
Follow Us