ଏମ୍‌ସ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ : ୧୬ତମ ସ୍ଥାନରେ ଓଡ଼ିଶାର ସମୀର

Advertisment
ଏମ୍‌ସ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ : ୧୬ତମ ସ୍ଥାନରେ ଓଡ଼ିଶାର ସମୀର

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସ ସମେତ ଦିଲ୍ଲୀ, ପାଟ୍‌ନା, ଭୋପାଳ, ଯୋଧପୁର, ଋଷିକେଶ, ରାୟପୁର, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ମହାରାଷ୍ଟ୍ରର ନାଗପୁର ଏମ୍‌ସ୍‌ରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ସାରା ଦେଶରୁ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୪୯ ଜଣଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି। ଯେଉଁମାନେ କି ଦେଶର ୯ଟି ଏମ୍‌ସ୍‌ର ୮୦୭ ଏମ୍‌ବିବିଏସ୍‌ ସିଟ୍‌ରେ ର‍୍ୟାଙ୍କ ଅନୁଯାୟୀ ନାମ ଲେଖାଇପାରିବେ।

ଏମ୍‌ସ୍‌ଗୁଡ଼ିକରେ ନାମଲେଖା ଲାଗି ଜୁଲାଇ ୩ରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୩ରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ, ଅଗଷ୍ଟ ୨ରେ ଦ୍ୱିତୀୟ ପର୍ଯ୍ୟାୟ ଓ ସେପ୍ଟେମ୍ବର ୪ରେ ତୃତୀୟ ପର୍ଯ୍ୟାୟ କାଉନ୍‌ସେଲିଂ କରାଯିବ। ‘ନିଟ୍‌’ରେ ୩୦ତମ ର‍୍ୟାଙ୍କରେ ରହି ଓଡ଼ିଶା ଟପର୍‌ ହୋଇଥିବା ସମୀର କୁମାର ପାତ୍ର ‘ଏମ୍‌ସ’ ପ୍ରବେଶିକା ପରୀକ୍ଷାରେ ବି ଉନ୍ନତ ପ୍ରଦର୍ଶନ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୬ତମ ର‍୍ୟାଙ୍କରେ ରହିଛନ୍ତି। ସେ ଓଡ଼ିଶା ଟପର୍‌ ହୋଇଥିବା କୁହାଯାଉଛି। ସେହିପରି ନାଇଜର ପ୍ରବେଶିକା ପରୀକ୍ଷାରେ ୬ଷ୍ଠ ସ୍ଥାନରେ ଥିବା ଆରୁଷି କୋଲାନା ଏମ୍‌ସ୍‌ ପ୍ରବେଶିକା ପରୀକ୍ଷାରେ ୮୫ତମ ସ୍ଥାନରେ ରହିଛନ୍ତି। ଓଡ଼ିଶାରୁ ୬୭ ଜଣ କୃତକାର୍ଯ୍ୟ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ପରୀକ୍ଷା ଫଳକୁ ନେଇ ସମୀର ଖୁସିବ୍ୟକ୍ତ କରିଛନ୍ତି। ଏମ୍‌ସ ନୂଆଦିଲ୍ଲୀରେ ପଢ଼ିବାର ସ୍ୱପ୍ନ ସାକାର ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe