ଆଜିଠୁ ଏମ୍ସ ପ୍ରବେଶିକା ପରୀକ୍ଷା

Advertisment
ଖୁବ୍‌ ଶୀଘ୍ର ଏମ୍‌ସରେ ଏସ୍‌ବିଆର୍‌ଟି ଓ ବ୍ରାକିଥେରାପି

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସମେତ ଦେଶର ୯ଟି ଏମ୍ସରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା ବା କମ୍ପ୍ୟୁଟର୍‌ ବେସଡ୍‌ ଟେଷ୍ଟ(ସିବିଟି) ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ କରିବାକୁ କୁହାଯାଇଛି। ସେହିପରି ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୦ରେ ସରିବ। ଅପରାହ୍ନ ଗୋଟାଏ ସୁଦ୍ଧା ପରୀକ୍ଷାର୍ଥୀ ରିପୋର୍ଟିଂ କରିବାକୁ କୁହାଯାଇଛି।

ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ଦେଶର ୧୫୫ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଏଥିରେ ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱର ସମେତ ବ୍ରହ୍ମପୁର, ବାଲେଶ୍ୱର, କଟକ, ଢ଼େଙ୍କାନାଳ, ରାଉରକେଲା ଓ ସମ୍ବଲପୁର ସହରରେ ହୋଇଥିବା ପରୀକ୍ଷାକେନ୍ଦ୍ରରେ ଓଡ଼ିଶାରୁ ପ୍ରାୟ ୩୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଆଡମିଟ୍‌ କାର୍ଡ ଓ ବ୍ୟକ୍ତିଗତ ପରିଚୟପତ୍ର ସାଙ୍ଗରେ ନେଇ ଆଣିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି। ସମୁଦାୟ ୮୦୭ଟି ସିଟ୍‌ ପାଇଁ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଫଳ ଜୁନ୍‌ ୧୮ରେ ପ୍ରକାଶ ପାଇବ ବୋଲୀ ନୂଆଦିଲ୍ଲୀସ୍ଥିତ ଏମ୍ସ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe