କାର୍ଯ୍ୟକ୍ଷମ ହେଲା ଏମ୍‌ସର ସ୍ୱାସ୍ଥ୍ୟ ଆପ୍‌

Advertisment
ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ବର : ଗତ ୧୦ତାରିଖରେ ଏମ୍‌ସର ଓପିଡି ବା ବହିର୍ବିଭାଗକୁ ବନ୍ଦ କରି ଦିଆଯାଇଛି। ଏମ୍‌ସରେ ବହୁ ସଂଖ୍ୟାରେ ରୋଗୀ, ଡାକ୍ତର ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଓପିଡି ବନ୍ଦ ରଖିବା ଲାଗି କର୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ତେବେ ଏମ୍‌ସର ଟେଲି ମେଡିସିନ୍ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସ୍ବାସ୍ଥ୍ୟ ଆପ୍‌ ପ୍ରସ୍ତୁତ କରାଯାଇଛି। ଆଜି ଏହି ଆପ୍ ସମ୍ବନ୍ଧରେ ଏମ୍‌ସର ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ଏକ ଭିଡିଓ ବାର୍ତା ଜରିଆରେ ସୂଚନା ଦେଇଛନ୍ତି।

ଡା.ମହାନ୍ତି କହିଛନ୍ତି ଯେ, ଏହାକୁ ଗୁଗୁଲ ପ୍ଲେ ଷ୍ଟୋରୁ ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍‌ ଡାଉନଲୋଡ୍‌ କରାଯାଇ ପାରିବ। ଡାଉନଲୋଡ୍‌ କରିବା ପରେ ରୋଗୀ ଜଣକ ନିଜ ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ପରେ ସଂପୃକ୍ତ ବିଭାଗର ଡାକ୍ତର ରୋଗୀଙ୍କୁ ଫୋନ୍ କରି ସ୍ବାସ୍ଥ୍ୟ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବେ। ଯଦି ସଂପୃକ୍ତ ରୋଗୀଙ୍କ ଫୋନ୍‌ରେ ଇଣ୍ଟରନେଟ୍ ରହିଛି, ତାହାଲେ ଡାକ୍ତର ଭିଡିଓ କଲ୍ ଜରିଆରେ ମଧ୍ୟ ରୋଗୀଙ୍କ ସହିତ ଆଲୋଚନା କରିପାରିବେ। ପରେ ରୋଗୀଙ୍କ ପ୍ରେସ୍‌କ୍ରିପସନ୍‌ ଲେଖିବେ। ଏହାସହ ରୋଗୀମାନେ ଟେଲି ମେଡିସନ୍‌ ସେବାର ମଧ୍ୟ ସୁବିଧା ନେଇପାରିବେ। ଏମ୍‌ସର ଆଶୁ ଚିକିତ୍ସା ବିଭାଗର ନମ୍ବର ୮୨୮୦୩୪୬୬୭୪ ଓ କଣ୍ଟ୍ରୋଲ ରୁମ୍ ନଂ-୮୨୮୦୩୪୬୬୨୯ କୁ ‌ଫୋନ୍ କରି ରୋଗୀମାନେ ୨୪ଘଣ୍ଟିଆ ସେବା ପାଇପାରିବେ ‌ବୋଲି ଡା.ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe