ଏମ୍ସ ହୃଦରୋଗ ବିଭାଗରେ ଅତିରିକ୍ତ ଆସୋସିଏଟ ପ୍ରଫେସର ନିଯୁକ୍ତି ପ୍ରସଙ୍ଗ: କ୍ୟାଟଙ୍କ ସ୍ଥିତାବସ୍ଥା ଜାରି

Advertisment
ଏମ୍ସ ହୃଦରୋଗ ବିଭାଗରେ ଅତିରିକ୍ତ ଆସୋସିଏଟ ପ୍ରଫେସର ନିଯୁକ୍ତି ପ୍ରସଙ୍ଗ: କ୍ୟାଟଙ୍କ ସ୍ଥିତାବସ୍ଥା ଜାରି

କଟକ: ଭୁବନେଶ୍ବର ଏମ୍ସ ହୃଦରୋଗ ବିଭାଗରେ ଆଡିସନାଲ ଆସୋସିଏଟ ପ୍ରଫେସର ପଦବି ପୂରଣ ସଂପର୍କିତ ମାମଲାର ଶୁଣାଣି କରି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ୍) ଏହି ପ୍ରସଂଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଆର.ସି.ବାରିକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରରେ ଏମ୍ସ ଖୋଲିବା ଦିନରୁ ଡିଏମ ପାଠ୍ୟକ୍ରମ ଚାଲୁଅଛି। ଜଣେ ଆସୋସିଏଟ୍ ପ୍ରଫେସରକୁ ନେଇ ବିଭାଗ ଚାଲୁଥିବାବେଳେ କିଛି ଦିନ ପରେ ଆଡିସନାଲ ଆସୋସିଏଟ ପ୍ରଫେସର ପଦବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋନୟନ କମିଟି ଦୁଇଟି ପଦବିରେ ପ୍ରଥମେ ଡାକ୍ତର ଏ. ପିଲାଇ ଓ ଡାକ୍ତର ଆର.ସି. ବାରିକଙ୍କୁ ମନୋନୀତ କରିଥିଲା। ଡାକ୍ତର ପିଲାଇଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଧାର୍ଯ୍ୟ ସମୟରେ ଯୋଗ ଦେଇନଥିଲେ। ନିର୍ଦ୍ଧାରିତ ୬୦ ଦିନ ଅତିକ୍ରାନ୍ତ ହେବା ପରେ ଆବେଦନକାରୀ ଏହି ପଦବିରେ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ। କୌଣିସ ସୁଫଳ ନ ମିଳିବାରୁ ଆବେଦନକାରୀ କ୍ୟାଟରେ ମାମଲା ଦାୟର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe