ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Advertisment
ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ବର : ଏମ୍ସ ଠିକା କର୍ମଚାରୀଙ୍କ ବେତନରୁ ପ୍ରତିମାସ ୭୫୦ ଟଙ୍କା ବେଆଇନ ଭାବରେ କାଟି ଦିଆଯାଉଥିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଶ୍ରମ ରାଜ୍ୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଅନୁପ୍ରିୟା ପଟେଲ। ଏମ୍ସ ଠିକା କର୍ମଚାରୀ ସଂଘ ଅଧ୍ୟକ୍ଷ ଅଜୟ ନାଥଙ୍କ ଅଭିଯୋଗ ଆଧାରରେ ଏହି ପତ୍ର ଦିଆଯାଇଛି।

ସୂଚନା ଅନୁଯାୟୀ, ଏମ୍ସର ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀଙ୍କ ବେତନରୁ ୭୫୦ ଟଙ୍କା କାଟି ଦିଆଯାଉଥିବା ନେଇ ବର୍ଷାଧିକ ସମୟ ହେଲା ଠିକା କର୍ମଚାରୀମାନେ ଅଭିଯୋଗ କରି ଆସୁଛନ୍ତି। ଏହାକୁ ନେଇ ସେମାନେ ଏମ୍ସରେ ବାରମ୍ବାର ଆନ୍ଦୋଳନ, ଏମ୍ସ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି। ମାତ୍ର ଏହାକୁ କେହି ଗୁରୁତ୍ବ ଦେଇ ନାହାନ୍ତି। ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏ ନେଇ ସଂଘ ପୁଣି ଥରେ ଆନ୍ଦୋଳନର ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe