ଏମ୍ସ ହେଲା ଆଇସିଏମଆର କ୍ଲିନିକାଲ ଟ୍ରାଏଲର ମୁଖ୍ୟ କେନ୍ଦ୍ର

Advertisment
ଏମ୍‌ସ ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

AIIMS Bhubaneswar

ଭୁବନେଶ୍ବର : କୋଭିଡ୍‌ ମୁକାବିଲା ପାଇଁ ହେଉଥିବା ବିଭିନ୍ନ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ ଏମ୍ସ ଭୁବନେଶ୍ବର।

ଆଇସିଏମଆର(ଇଣ୍ଡିଆନ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ) ପକ୍ଷରୁ ଏହାକୁ ପୂର୍ବ ଭାରତରେ କ୍ଲିନିକାଲ ଟ୍ରାଏଲ ପାଇଁ ଅଗ୍ରଣୀ କେନ୍ଦ୍ର ଭାବରେ ଚୟନ କରାଯାଇଛି। ଏହାପରେ ଟିକା, ଔଷଧ ସମେତ ବିଭିନ୍ନ ପ୍ରକାର ଚିକିତ୍ସା ସମ୍ପର୍କିତ ପରୀକ୍ଷାର ଟ୍ରାଏଲ ଏଠାରେ ହେବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ଡ. ସୁଜିତ ତ୍ରିପାଠୀ, ଡ. ଋତୁପର୍ଣ୍ଣା ମାଲତି, ଡ. ଆନନ୍ଦ ଶ୍ରୀନିବାସ, ଡ. ରଶ୍ମି ଦାସ, ଡ. ରଶ୍ମି ମହାନ୍ତି, ଡ. ଅରବିନ୍ଦ ସିଂ, ଡ. ରାମଦାସ ବାଲମୁରଗନ, ଡ. ସରୋଜଙ୍କୁ ନେଇ ଗଠିତ ଟିମ୍‌ ପୂର୍ବରୁ ଏସଂକ୍ରାନ୍ତରେ କାର୍ଯ୍ୟ କରିଛି। କିଛି ଦିନ ପୂର୍ବରୁ ଏମ୍‌ସରେ ବ୍ରେନ୍‌ ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe