୪ ସୁପରସ୍ପେସାଲିଟି ବିଭାଗ ପାଇଁ ବାଟ ଖୋଲିଲା: ଏମ୍‌ସକୁ ମିଳିଲା ୨୬ ଏକର ଜମି

Advertisment

ନିର୍ଦ୍ଦେଶକଙ୍କୁ ତହସିଲଦାରଙ୍କ ଚିଠି

ନିର୍ଦ୍ଦେଶକଙ୍କୁ ତହସିଲଦାରଙ୍କ ଚିଠି

ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

AIIMS Bhubaneswar

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ୪ ସୁପରସ୍ପେସାଲିଟି ବିଭାଗ ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ ରେନାଲ ସେଣ୍ଟର୍‌ ସ୍ଥାପନ ପାଇଁ ବାଟ ଫିଟିଛି। ଆବଶ୍ୟକ ସମସ୍ତ ବିଧି ବ୍ୟବସ୍ଥା ଗ୍ରହଣ ସହ ୪ବର୍ଷର ଅପେକ୍ଷା ପରେ ୨୬.୧୫୦ ଏକର ଗ୍ରାମ୍ୟ ଜଙ୍ଗଲ ଜମି ଭୁବନେଶ୍ବର ତହସିଲଦାରଙ୍କ ପକ୍ଷରୁ ଏମ୍‌ସ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। ପ୍ରଥମେ ଏମ୍‌ସ ପକ୍ଷରୁ ଏହାର ଚାରିପଟରେ ପାଚେରି ଦିଆଯିବ। ଏଥିସହ ଏହି ଚାରୋଟି ବିଭାଗର ଏଚ୍‌ଓଡି, ପ୍ରଫେସରଙ୍କୁ ନେଇ ସେଣ୍ଟର୍‌ ପ୍ରତିଷ୍ଠା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇ ବଜେଟ୍‌ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। କେନ୍ଦ୍ର ସରକାର ଏହାକୁ ଅନୁମୋଦନ କଲେ ଏହି ସେଣ୍ଟର୍‌ ନିର୍ମାଣ ଆରମ୍ଭ ହେବ।

ଦିଲ୍ଲୀ ଏମ୍‌ସ ଭଳି ଭୁବନେଶ୍ବର ଏମ୍‌ସରେ ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ ରେନାଲ ସେଣ୍ଟର୍‌ ଖୋଲାଯିବା ନେଇ ୨୦୧୪ ମସିହାରୁ ଯୋଜନା ହୋଇଥିଲା। ରାଜ୍ୟରେ ବଢୁଥିବା କର୍କଟ, କିଡନି ଏବଂ ବୋନ୍‌ମ୍ୟାରୋଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଆବଶ୍ୟକ ୨୬.୧୫୦ ଜମି ଜଙ୍ଗଲ ଜମି ଏମ୍‌ସକୁ ପ୍ରଦାନ ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ପ୍ରଥମ କିଛି ବର୍ଷ ସରକାର ଏହାକୁ ଗୁରୁତ୍ବ ଦେଲେ। କିନ୍ତୁ କରୋନା ଯୋଗୁଁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ସୁପରସ୍ପେସାଲିଟି ସେଣ୍ଟର୍‌ ପ୍ରତିଷ୍ଠା ଏତେ ବିଳମ୍ବିତ ହେଲା ଯେ ସଂସଦୀୟ ଏଷ୍ଟିମେଟ କମିଟି ମଧ୍ୟ ଏହାକୁ ନେଇ କିଛି ମାସ ପୂର୍ବରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ସଂପର୍କିତ ଏକ ସବି‌ଶେଷ ରିପୋର୍ଟ ଗତ ଡିସେମ୍ବର ୨୫ ତାରିଖରେ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।

ଏମ୍‌ସ ନିକଟରେ ଥିବା ସମୁଦାୟ ୫୦ଏକର ଜମିରୁ ୨୬.୧୫୦ ଏକରକୁ ରାଜସ୍ବ ଜମିରେ ରୂପାନ୍ତରିତ କରାଯିବା ସହିତ ଏମ୍ସକୁ ମିଳିଛି। ଯାହା ଓଡ଼ିଶା ସମେତ ପୂର୍ବଭାରତର ରୋଗୀଙ୍କୁ ଆଶ୍ବସ୍ତ କରିଛି। ବର୍ତ୍ତମାନ ଏମ୍ସରେ ଅଙ୍କୋଲୋଜି ବିଭାଗରେ ସର୍ଜିକାଲ ଅଙ୍କୋଲୋଜି, ରେଡିଓଥେରାପି, ମେଡିକାଲ ଅଙ୍କୋଲୋଜି ରହିଛି। ଏଠାକୁ ଆସୁଥିବା ରୋଗୀଙ୍କ ଅନୁସାରେ ଆବଶ୍ୟକ ମେସିନ, ଓଟି, ଶଯ୍ୟା ନାହିଁ। ସ୍ଥିତି ଏଭଳି ଯେ ବିଶେଷଜ୍ଞ ଅଛନ୍ତି କିନ୍ତୁ ଭିତ୍ତିଭୂମି ଅଭାବରୁ ରୋଗୀ ଚିକିତ୍ସା କରି ପାରୁ ନାହାନ୍ତି। ମେଡିକାଲ ଅଙ୍କୋଲୋଜିରେ ଟ୍ରାନ୍ସପ୍ଲାଟ ୟୁନିଟ ନାହିଁ। ଏଥିଯୋଗୁଁ ବିଦେଶରୁ ପ୍ରଶିକ୍ଷଣ ନେଇଥିବା ହେମାଟୋଲୋଜି ବିଭାଗ ଡାକ୍ତର ପ୍ରବୋଧ ଦାସଙ୍କ ଅନୁଭବ ଏବଂ ଦକ୍ଷତାର ଲାଭ ରୋଗୀଙ୍କୁ ମିଳି ପାରୁନାହିଁ। ସେଣ୍ଟର କାର୍ଯ୍ୟକ୍ଷମ ହେଲେ କର୍କଟ ରୋଗ ନିରାକରଣ, ପରୀକ୍ଷଣ, ଚିକିତ୍ସା ସହିତ ରୋଗମୁକ୍ତଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା ହେବ। ଏଥି ଅନ୍ତର୍ଗତ ଏଫଏନଏସଇ, ପେଟ ସିଟି ସ୍କାନ, ବାୟୋସ୍ପିସ, ସିଟି ସ୍କାନଠାରୁ ସେଣ୍ଟ୍ରାଲ ଲାବ ପର୍ଯ୍ୟନ୍ତ ରୋଗ ପରୀକ୍ଷଣ ଏବଂ ନିରାକରଣ ପାଇଁ ସମସ୍ତ ପ୍ରକାର ସୁବିଧା ଥିବା ବ୍ୟବସ୍ଥା ରହିବ।

ମେଡିକାଲ ଅଙ୍କୋଲୋଜି, ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ହାଇଡ୍ରୋ କେମୋଥେରାପି ଭଳି ଉଚ୍ଚମାନର ଚିକିତ୍ସା ଯାହାର ସୁବିଧା କେବଳ ବାହାର ରାଜ୍ୟର ବଡ଼ ଡାକ୍ତରଖାନାରେ ରହିଛି, ତାହା ଏଠାରେ ହୋଇପାରିବ। କାର୍ଡିଓଲୋଜି ସେଣ୍ଟର ହେଲେ, ହୃଦରୋଗ, ହୃଦଶଲ୍ୟ ସହିତ ହୃଦରୋଗ ନିଶ୍ଚେତକ ବିଭାଗ ଏକାସହ ରହିବ। ହୃତପିଣ୍ଡ ପ୍ରତିରୋପଣ, ଉଚ୍ଚମାନର ଚିକିତ୍ସା, ଅସ୍ତ୍ରୋପଚାର, ଗବେଷଣା ସହିତ ହୃତପିଣ୍ଡ ଚିକିତ୍ସା ସମ୍ପର୍କିତ ସମସ୍ତ ପ୍ରକାର ଉଚ୍ଚମାନର ପରୀକ୍ଷଣ, ଚିକିତ୍ସା ଏବଂ ଥଇଥାନ ବ୍ୟବସ୍ଥା ରହିବ। ରେନାଲ ସେଣ୍ଟରରେ ନେଫ୍ରୋଲୋଜି ଏବଂ ୟୁରୋଲୋଜି ବିଭାଗ ମିଳିତ ଭାବରେ ରେନାଲ ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସହିତ ପରୀକ୍ଷଣଠାରୁ ଚିକିତ୍ସା ଏବଂ ଗବେଷଣା ହେବ। ନ୍ୟୁରୋଲୋଜି ସେଣ୍ଟରରେ ଏହି ସୁବିଧା ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe