ସମ୍ବାଦର ପରିବେଶ ଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟ ସ୍ବାଗତ ଯୋଗ୍ୟ: ଇରାଶିଷ ଆଚାର୍ଯ୍ୟ

ମାଟି ମା’ ଆଜି କାନ୍ଦୁଛି। ଆମେ ଏନେଇ ପଦକ୍ଷେପ ନେବା ଆବଶ୍ୟକ। ଏକ୍ଷେତ୍ରରେ ସମ୍ବାଦର ପୁନଶ୍ଚ ପୃଥିବୀ ଅଭିଯାନ ଅଭିନନ୍ଦନୀୟ। ଜଳବାୟୁ ପରିବର୍ତ୍ତନ,ପ୍ରଦୂଷଣ ତଥା ବିଶ୍ବତାପନ ନେଇ ସମ୍ବାଦ ଯେଉଁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ତାହା ସ୍ବାଗତ ଯୋଗ୍ୟ....

aim of creating environmental warriors of news is welcome: Erasish Acharya

aim of creating environmental warriors of news is welcome: Erasish Acharya

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ସୋମବାର ଏହି ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନରେ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଜଳବାୟୁ ଶାସନକୁ ଲୋକତାନ୍ତ୍ରିକ କରିବା ଶୀର୍ଷକ ଆଲୋଚନାରେ  ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଲେ, ମାଟି ମା’ ଆଜି କାନ୍ଦୁଛି। ଆମେ ଏନେଇ ପଦକ୍ଷେପ ନେବା ଆବଶ୍ୟକ।

ଏକ୍ଷେତ୍ରରେ ସମ୍ବାଦର ପୁନଶ୍ଚ ପୃଥିବୀ ଅଭିଯାନ ଅଭିନନ୍ଦନୀୟ। ଜଳବାୟୁ ପରିବର୍ତ୍ତନ,ପ୍ରଦୂଷଣ ତଥା ବିଶ୍ବତାପନ ନେଇ ସମ୍ବାଦ ଯେଉଁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ତାହା ସ୍ବାଗତ ଯୋଗ୍ୟ।  

ଏନେଇ ବିଧାନସଭାରେ ତର୍କ ହେବାର ଆବଶ୍ୟକତା ରହିଛି। ବିଗତ ବିଧାନସଭାରେ ଗଛ ଲଗାଇବା ଏବଂ କେତେ ଗଛ ବଞ୍ଚିଛି ତାହାର ହିସାବ ଦେବା ନେଇ ଆଲୋଚନା ହେବା ଆବଶ୍ୟକ।

ରାଜ୍ୟରେ ଜଙ୍ଗଲ ପରିସୀମା ବଢ଼ିଛି। ସରକାର ନୀତି ଗ୍ରହଣ କରିଛନ୍ତି। ସରକାର ଡିଜିଟାଲ ସର୍ଭେ ମାଧ୍ୟମରେ ଜଙ୍ଗଲ ସୀମା ନିର୍ଦ୍ଧାରଣ କରିବା ଜାରି ରହିଛି।
ଏବେ ଭାରତରେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରହିଛି। ଜାଳେଣି କାଠ ବଦଳରେ ଲୋକଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe