ଜାତୀୟ ମାନବାଧିକାର କମିସନଙ୍କୁ ରିପୋର୍ଟ ଦେଲେ ଜିଲ୍ଲାପାଳ ଓ ଏସ୍‌ପି

Advertisment

ଅଇଁଠାପାଲି ହାଜତ ମୃତ୍ୟୁ ଘଟଣା

ଅଇଁଠାପାଲି ହାଜତ ମୃତ୍ୟୁ ଘଟଣା

ଜାତୀୟ ମାନବାଧିକାର କମିସନଙ୍କୁ ରିପୋର୍ଟ ଦେଲେ ଜିଲ୍ଲାପାଳ ଓ ଏସ୍‌ପି

ସମ୍ବଲପୁର : ଅଇଁଠାପାଲି ଥାନା ହାଜତ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି ରହିଛି। ଡାକ୍ତର ନଥିବାରୁ ମୃତ ଅବିନାଶ ମୁଣ୍ଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରବିବାର ଆସିପାରି ନଥିବା ଏସ୍‌ପି ସଂଜୀବ ଅରୋରା କହିଛନ୍ତି। ଅପର ପକ୍ଷରେ ଜିଲ୍ଲାପାଳ ଏବଂ ଏସ୍‌ପି ଘଟଣାର ତଦନ୍ତ କରି ଏକ ଯୁଗ୍ମ ପ୍ରାଥମିକ ରିପୋର୍ଟ ଜାତୀୟ ମାନବାଧିକାର କମିସନଙ୍କ ନିକଟକୁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବିସ୍ତତ ରିପୋର୍ଟ ପଠାଯିବ ବୋଲି ଶ୍ରୀ ଅରୋରା ସୂଚନା ଦେଇଛନ୍ତି। ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଏଥି ପାଇଁ ଅନୁରୋଧ କରି ଜିଲ୍ଲା ଜଜ୍‌ଙ୍କୁ ପତ୍ର ଲେଖା ଯାଇଛି। ମୃତ ଅବିନାଶ ମୁଣ୍ଡାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ତାଙ୍କ ନିକଟ ପରିଜନଙ୍କ ପାଇଁ ଘୋଷଣା କରା ଯାଇଥିବା ୫ ଲକ୍ଷ ଟଙ୍କାର ସହାୟତା ରାଶି ଖୁବ ଶୀଘ୍ର ମିଳିବ। ଏଥି ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଂଗ୍ରହ କରାଯାଉଛି ବୋଲି ଶ୍ରୀ ବର୍ମା ସୂଚନା ଦେଇଥିଲେ।

ଗୋଟିଏ ପଟେ ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଆରମ୍ଭ ହେବାକୁ ଯାଉଥିଲା ବେଳେ ଅପର ପକ୍ଷରେ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ (ଏଚ୍‌ଆର୍‌ପିସି)ର ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ ପାଇଁ ସମ୍ବଲପୁର ଆସିଥିବା ତିନି ଜଣିଆ ଦଳ ରବିବାର ବି ବିଭିନ୍ନ ପକ୍ଷକୁ ପଚରା ଉଚୁରା ଜାରି ରଖିଛନ୍ତି। ରବିବାର ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଅନୁପସ୍ଥିତ ଥିବାରୁ ତାଙ୍କୁ ପଚରା ଉଚୁରା କରାଯାଇ ପାରି ନାହିଁ। ତଦନ୍ତକାରୀଙ୍କ ପକ୍ଷରୁ ଘଟଣା ଦିନ ଥାନାରେ ଉପସ୍ଥିତ କିଛି ପୁଲିସ କର୍ମଚାରୀଙ୍କୁ ପଚରାଉଚୁରା କରା ଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe