ଦିଲ୍ଲୀ ଓ ହାଇଦ୍ରାବାଦକୁ ‌‌ଉଡ଼ାଣ ଆରମ୍ଭ କରିବ ଏୟାର ଏସିଆ, ବ୍ୟାଙ୍କକ୍ ନେଇ କିଛି ନିଷ୍ପତ୍ତି ହେଲାନି

Advertisment
ପାଇଲଟଙ୍କ ପ୍ରଶିକ୍ଷଣରେ ତ୍ରୁଟି, ଏୟାର ଏସିଆକୁ ୨୦ ଲକ୍ଷ ଜୋରିମାନା

Airline Ratings

ଭୁବନେଶ୍ବର : ଆସନ୍ତା ଅକ୍ଟୋବରରୁ ଏୟାର ଏସିଆ ଭୁବନେଶ୍ବରରୁ ଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ କରିବ। ଆଜି ଲୋକସେବା ଭବନରେ ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏୟାର ଏସିଆ ଅକ୍ଟୋବର ଶେଷ ସପ୍ତାହରୁ ଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ କରିବାକୁ ଡିଜିସିଏ ନିକଟରେ ଆବେଦନ କରିଛି। ଉଡ଼ାଣ ସୂଚୀ ଅନୁମୋଦନ ହେବା ପରେ ଭୁବନେଶ୍ବରରୁ ବିମାନ ଉଡ଼ାଣ ଆରମ୍ଭ ହେବ।

ଅପରପକ୍ଷେ ଏୟାର ଏସିଆ ସେପ୍ଟେମ୍ବର ୨୨ରୁ ଭୁବନେଶ୍ବର ବ୍ୟାଙ୍କକ୍ ବିମାନ ସେବା ବନ୍ଦ କରିବାକୁ ଯାଉଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ଏନେଇ ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି। ସେମାନଙ୍କ ଦାବି ଉପରେ ବିଚାର କରାଯାଉଛି। ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ ଯେ ଏୟାର ଏସିଆ ଏବେ ଭୁବନେଶ୍ବରରୁ ବେଙ୍ଗାଲୁରୁ, କୋଲକାତା, କ୍ବାଲାଲମ୍ପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଯୋଗାଉଥିବା ବେଳେ ସେପ୍ଟେମ୍ବର ୨୨ରୁ ବ୍ୟାଙ୍କକ୍ ଉଡ଼ାଣ ବନ୍ଦ କରିବାକୁ ଯାଉଛି। ଏହା ପୂର୍ବରୁ ଏୟାର ଏସିଆ ରାଞ୍ଚିକୁ ବିମାନ ଉଡ଼ାଣ ବନ୍ଦ କରିଛି। ଏବେ ଭୁବନେଶ୍ବର-ନୂଆଦିଲ୍ଲୀ ରୁଟ୍‌ରେ ଅଧିକ ଯାତ୍ରୀ ଯାତାୟାତ କରୁଥିବାରୁ ବିମାନ କମ୍ପାନିଗୁଡ଼ିକ ଏହି ରୁଟ୍‌ରେ ଅଧିକ ବିମାନ ଉଡ଼ାଣ କରିବାକୁ ପସନ୍ଦ କରୁଛନ୍ତି। ଏବେ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଇଣ୍ଡିଗୋ, ଗୋ ଏୟାର, ଏୟାର ଇଣ୍ଡିଆ, ଭିସ୍ତାରା ବିମାନ ସେବା ଯୋଗାଉଛନ୍ତି। ଇଣ୍ଡିଗୋର ସର୍ବା‌ଧିକ ୮ଟି ବିମାନ ଦୈନିକ ଉଡ଼ାଣ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe