ଦଶରଥପୁର : ଭାରତୀୟ ବାୟୁସେନା ମେକାନିକାଲ ଡିଭିଜନରେ ତାଲିମ୍ରତ ଯୁବଇଂଜିନିୟର ତଥା ଦଶରଥପୁର ବ୍ଲକ ଡୋଭାବିଲ ଗ୍ରାମର ସୁମନ୍ତ କୁମାର କର (୨୨)ଙ୍କ ଅକାଳ ବିୟୋଗ ଘଟିଛି। ସେ ଗତ ୨୦୨୧ ଫେବ୍ରୁଆରି ମାସରେ ମୋକାନିକାଲ ଇଂଜିନିୟର ଭାବେ ଭାରତୀୟ ବାୟୁସେନା ପାଇଁ ଯୋଗ୍ୟ ବିବେଚିତ ହୋଇ ଚେନ୍ନାଇସ୍ଥିତ ବାୟୁସେନା ମେକାନିକାଲ ଡିଭିଜନ ତାଲିମ୍ ଶିବିରରେ ଯୋଗ ଦେଇଥିଲେ। ଗତ ଏକସପ୍ତାହ ହେବ ସେଠାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବାୟୁ ଚିକିତ୍ସାଧୀନ ଥିଲେ। ସେଠାରେ ଗତ ୨୦ ତାରିଖ ପୂର୍ବାହ୍ନରେ ସୁମନ୍ତଙ୍କ ପରଲୋକ ହୋଇଥିବାର ଚେନ୍ନାଇ ବାୟୁସେନା କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା।
ଶୁକ୍ରବାର ଅପରାହ୍ଣ ୪ ଟାରେ ମରଶରୀର ଭୁବନେଶ୍ୱର ବିମାନଘାଟିରେ ପହଞ୍ଚିଥିଲା। ସେଠାରୁ ବାୟୁସେନାର ସହକର୍ମୀମାନେ ମରଶରୀରକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ଜନ୍ମମାଟି ଡୋଭାବିଲ୍ ଗ୍ରାମକୁ ଆଣିଥିଲେ। କାଟିଆ ଛକଠାରୁ ଏକ ବିରାଟ ପଟୁଆରରେ ନିଆଯାଇ ଶେଷ ସମ୍ମାନପ୍ରଦର୍ଶନ ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ସାନଭାଇ ଶ୍ରୀକାନ୍ତ ମୁଖାଗ୍ନି ଦେଇଥିଲେ।
Follow Us