କାର୍ଯ୍ୟରତ ବାୟୁସେନା ଅଧିକାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

Advertisment

ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ସୁଦର୍ଶନପୁର ଗ୍ରାମର ସର୍ଗତଃ ପୀତବାସ ମଣ୍ଡଳଙ୍କ ପୁଅ ତଥା ବାୟୁସେନାର ମାଷ୍ଟର ୱାରାଣ୍ଟ ଅଫିସର ଗାର୍ଗମୁନି ମଣ୍ଡଳଙ୍କ ପଶ୍ଚିମବଙ୍ଗର କଲେଇକୁଣ୍ଡା (ସାଲୁଆ)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ସୁଦର୍ଶନପୁର ଗ୍ରାମର ସର୍ଗତଃ ପୀତବାସ ମଣ୍ଡଳଙ୍କ ପୁଅ ତଥା ବାୟୁସେନାର ମାଷ୍ଟର ୱାରାଣ୍ଟ ଅଫିସର ଗାର୍ଗମୁନି ମଣ୍ଡଳଙ୍କ ପଶ୍ଚିମବଙ୍ଗର କଲେଇକୁଣ୍ଡା (ସାଲୁଆ)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

Air Force

Photo: Sambad

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ସୁଦର୍ଶନପୁର ଗ୍ରାମର ସର୍ଗତଃ ପୀତବାସ ମଣ୍ଡଳଙ୍କ ପୁଅ ତଥା ବାୟୁସେନାର ମାଷ୍ଟର ୱାରାଣ୍ଟ ଅଫିସର ଗାର୍ଗମୁନି ମଣ୍ଡଳଙ୍କ ପଶ୍ଚିମବଙ୍ଗର କଲେଇକୁଣ୍ଡା (ସାଲୁଆ)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଗାର୍ଗମୁନି ୧୯୮୦ ମସିହାରେ ବାୟୁସେନାରେ ବାୟୁସେନାରେ ନିଯୁକ୍ତି ହୋଇଥିଲେ। ଦୁଇ ବର୍ଷ ହେବ ସେ ପଶ୍ଚିମବଙ୍ଗର କଲେଇକୁଣ୍ଡାଠାରେ କାର୍ଯ୍ୟରତ ଥିଲେ। ସେ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ  ଚିକିତ୍ସା କରାଯାଉଥିଲା । ତେବେ ଗୁରୁବାର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।
ଶୁକ୍ରବାର ଅପରାହ୍ନରେ ତାଙ୍କ ମରଶରୀର ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ତାଙ୍କ ମରଶରୀରକୁ  ବାୟୁସେନାର ମୁଖ୍ୟ ରୋହିତ ଗୁପ୍ତାଙ୍କ ସମେତ ତାଙ୍କ ସାଥୀ ଯବାନ, ପରିବାର ଲୋକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସଲାମୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଗୋରୁମହିଷାଣୀ ଥାନା ଆଇଆଇସି ବବିତା ରାନୀ ପୁହାଣଙ୍କ ସମେତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe