ମଝି ଆକାଶରେ ଚାଲିଗଲା ଜୀବନ

Advertisment

ଭୁବନେଶ୍ବରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ବରରେ ବିମାନର ଜରୁରୀ ଅବତରଣ

ମଝି ଆକାଶରେ ଚାଲିଗଲା ଜୀବନ

ଭୁବନେଶ୍ବର : କୋଲାକାତା-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନ ଆଜି ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ମଝି ଆକାଶରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେଉଥିବା ନଜରକୁ ଆସିବା ପରେ ବିମାନ ଜରୁରୀ ଅବତରଣ କରିଥିଲା। ତେବେ ଯାତ୍ରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ଜଣକ ହେଲେ ରାଜକୁମାର କର୍ମକାର(୩୨)। ଘର ପଶ୍ଚିମବଙ୍ଗସ୍ଥିତ ମାଲଦାରେ।

ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ ୮୨୨ ପୂର୍ବାହ୍ଣ ୧୦ଟା ୧୦ମିନିଟ୍‌ରେ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ଭିତରେ ରାଜକୁମାର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ତୁରନ୍ତ ବିମାନକୁ ଭୁବନେଶ୍ବରରେ ଜରୁରୀ ଅବତରଣ ପାଇଁ କୁହାଯାଇଥିଲା। ପୂର୍ବାହ୍ଣ ୧୧ଟା ୧୫ ମିନିଟ୍‌ରେ ଇଣ୍ଡୋଗୋ ବିମାନ ଭୁବନେଶ୍ବରରେ ଅବତରଣ କରିଥିଲା। ରାଜକୁମାରଙ୍କ ବିମାନ ବନ୍ଦରରେ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ଭୁବନେଶ୍ବର ବିମାନ ବନ୍ଦର କର୍ତୃପକ୍ଷଙ୍କ କହିବାନୁଯାୟୀ, ଯାତ୍ରୀ ଜଣକ ପୂର୍ବରୁ ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକ ବେଙ୍ଗାଲୁରୁ ନେଉଥିଲେ। ତେବେ ବିମାନ ଉଡ଼ିବା ପରେ ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe