ପାଗ ଖରାପ ଯୋଗୁଁ ତୃତୀୟ ଦିନରେ ବି ବିମାନ ଚଳାଚଳରେ ବାଧା

ପାଗ ଖରାପ ଯୋଗୁଁ ତୃତୀୟ ଦିନରେ ବି ବିମାନ ଚଳାଚଳରେ ବାଧା

Zee Business

ଝାରସୁଗୁଡ଼ା : ବର୍ଷା ପାଗ ଯୋଗୁଁ ଆଜି ତୃତୀୟ ଦିନରେ ମଧ୍ୟ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଜି ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଏଲାୟନ୍ସ ଏୟାର ବିମାନ ଭୁବନେଶ୍ବରରୁ ଆସି ବିଳମ୍ବରେ ଫେରିଥିଲା। ଏଲାୟନ୍ସ ଏୟାରର ରାୟପୁର ବିମାନ ଆଜି ପାଇଁ ବାତିଲ ହୋଇଥିବା ବେଳେ ଦିଲ୍ଲୀରୁ ଆସୁଥିବା ସ୍ପାଇସ ଜେଟ୍‌ ବୋଇଂ ଏଠାରେ ପହଞ୍ଚିବା ପରେ ବର୍ଷା ହେବାରୁ ଘଣ୍ଟାଏ ବିଳମ୍ବରେ ଯାତ୍ରା କରିଥିଲା। କୋଲକାତାରୁ ଆସି ହାଇଦ୍ରାବାଦ ଯାଉଥିବା ବିମାନ ମଧ୍ୟ ଆଜି ଯାତ୍ରା କରିଥିବା ଜଣାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ହାଇଦ୍ରାବାଦରୁ ଆସି କଲିକତା ଯାଉଥିବା ସ୍ପାଇସ ଜେଟ୍‌ ଝାରସୁଗୁଡ଼ାରେ ପହଞ୍ଚି ନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe