ଭୁବନେଶ୍ୱର: ଓଡ଼ିଶାର ବିମାନଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ଖୁବ୍ ଶୀଘ୍ର ନୂଆ ସହର ସହିତ ସଂଯୋଗ ବିସ୍ତାର କରିବାକୁ ଯାଉଛି। ଜାନୁଆରୀ ୨୦୨୫ରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଘରୋଇ ବିମାନ ନୂତନ ମାର୍ଗରେ ଉଡ଼ାଣ ଆରମ୍ଭ କରାଯିବ।
ବିପିଆଇଏ କର୍ତ୍ତୃପକ୍ଷ ଗୁରୁବାର ଏନେଇ ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଜାନୁୟାରୀ ୨୦୨୫ ର ପ୍ରଥମ ସପ୍ତାହରୁ ନୂତନ ରୁଟ୍ରେ ବିମାନ ଚଳଚଳ ଆରମ୍ଭ କରିବେ।
ନୂଆବର୍ଷ ଆରମ୍ଭରୁ ଭୁବନେଶ୍ୱର ବିମାନବନ୍ଦରରୁ ୫ ସହରକୁ ବିମାନ ଉଡ଼ାଣ କରିବ। ଇନ୍ଦୋର, ଡେରାଡୁନ୍, ଲକ୍ଷ୍ନୌ, ଜୟପୁର ଓ କୋଚିନକୁ ବିମାନ ସେବା ଆରମ୍ଭ ହେବ।
ଏ ନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ୨୦୨୫ ଜାନୁଆରୀ ୧ ତାରିଖରୁ ସପ୍ତାହକୁ ୪ଦିନ ଇନ୍ଦୋର ଅଭିମୁଖେ ଇଣ୍ଡିଗୋ ବିମାନ ଯାତ୍ରା କରିବ। ଡେରାଡୁନ୍କୁ ସପ୍ତାହକୁ ୩ ଦିନ ବିମାନଯାତ୍ରା କରିପାରିବେ ଯାତ୍ରୀ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ବିମାନ ସେବା ଯୋଗାଯିବ। ଏହାବ୍ୟତୀତ କୋଚିନକୁ ସପ୍ତାହରେ ୭ଦିନଯାକ ଏୟାରଇଣ୍ଡିଆ ସେବା ଯୋଗାଇବ ।
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର
ଏୟାର ଇଣ୍ଡିଆ ଏକ୍ସପ୍ରେସ ଜାନୁଆରୀ ୨ ରୁ କୋଚିନ୍କୁ ଦୈନିକ ବିମାନ ସେବା ଆରମ୍ଭ କରିବ। ଇନ୍ଦୋର ଏବଂ ଡେରାଡୁନକୁ ଇଣ୍ଡିଗୋ ବିମାନଗୁଡ଼ିକ ଭୁବନେଶ୍ୱରରୁ ଅପରାହ୍ନ ୩ଟାରୁ ଯାତ୍ରା କରିବ। ଏୟାର ଇଣ୍ଡିଆ ଏକ୍ସପ୍ରେସ ଭୁବନେଶ୍ୱରରୁ ପାଞ୍ଚଟି ନୂତନ ଗନ୍ତବ୍ୟସ୍ଥଳ ସହିତ ଏହାର ନେଟୱାର୍କକୁ ବିସ୍ତାର କରିବାକୁ ଯୋଜନା କରିଛି।
ବିପିଆଇଏ ଅନୁଯାୟୀ, ଏହା ଜାନୁଆରୀ ୪ ରୁ ବେଙ୍ଗାଲୁରୁକୁ ନୂତନ ବିମାନ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏହି ବିମାନଗୁଡିକ ବିପିଆଇଏରୁ ସକାଳ ୬ଟା ୧୫ରେ ଉଡ଼ାଣ ଆରମ୍ଭ କରି ରେ ଏବଂ ମଧ୍ୟରାତ୍ର ୧୨ ଟା ୨୦ରେ ପ୍ରତ୍ୟାବର୍ତ୍ତନ କରିବ।
ଅଧିକ ପଢ଼ନ୍ତୁ: ଆଜି ରାତିରୁ ଶୀତ କମିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/28/w2iSdLWMqvbD8TsoLDUq.jpeg)