ବାତ୍ୟା ପାଇଁ ବିମାନ ସେବା ବନ୍ଦ!

Advertisment
ବାତ୍ୟା ପାଇଁ ରାତି ୧୧ଟାରୁ ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର

ଭୁବନେଶ୍ବର : ବାତ୍ୟା ୟାସ୍ ୨୬ତାରିଖ ସକାଳେ ସ୍ଥଳ ଭାଗ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ପ୍ରବଳ ବର୍ଷା ପବନ ହେବ। ଏହାକୁ ନଜରରେ ରଖି ବିମାନ ଉଡ଼ାଣ କମ୍ପାନିଗୁଡ଼ିକ ବୁଧବାର ଭୁବନେଶ୍ବର ବିମାନବନ୍ଦରରୁ ବିମାନ ସେବା ବନ୍ଦ ରଖିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକଙ୍କ କହିବାନୁଯାୟୀ, ବୁଧବାର ବର୍ଷା ପବନ ହେଲେ ବିମାନ ସେବା ବନ୍ଦ ରହିବ। ଏବେ ବହୁତ କମ୍‌ ବିମାନ ଯାତାୟତ କରୁଥିବାବେଳେ ଆଜି ୧୧ଟି ବିମାନ ଉଡ଼ାଣ କରିଛି। ବହୁ ବିମାନରେ ଯାତ୍ରୀ ହେଉନାହାନ୍ତି। ବୁଧବାରର ବାତ୍ୟାକୁ ଦେଖି ବିମାନ ଉଡ଼ାଣ ବନ୍ଦ ରଖିବାକୁ କମ୍ପାନିଗୁଡ଼ିକ ପ୍ରାୟତଃ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏନେଇ ଆମକୁ ଏଏଆଇରୁ କିଛି ସୂଚନା ମିଳିନି। ମଙ୍ଗଳବାର ସୂଚନା ମିଳିବ। ସେହିପରି ଏବେ କୋଭିଡ୍‌ ଇଞ୍ଜେକ୍ସନ, ଅକ୍ସିଜେନ୍ କନସେଣ୍ଟ୍ରେଟର ଆସୁଥିବାରୁ ବିମାନବନ୍ଦର ଖୋଲା ରହିବ। କେବଳ ଜରୁରୀକାଳୀନ ସେବା ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe