ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ଆରମ୍ଭ: ରାଜ୍ୟପାଳ ଉପସ୍ଥିତ, ଲୋକଙ୍କ ପ୍ରବଳ ଭିଡ଼

ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ଆରମ୍ଭ: ରାଜ୍ୟପାଳ ଉପସ୍ଥିତ, ଲୋକଙ୍କ ପ୍ରବଳ ଭିଡ଼

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ବାଲିଯାତ୍ରା ପଡ଼ିଆଠାରେ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ଆରମ୍ଭ ହୋଇଛି। ଆଜି ୧୮ରୁ ୨୦ ମିନିଟ୍‌ ଧରି ଚାଲିବାକୁ ଥିବା ଏହି ଏୟାର ସୋ’ରେ ୧୧ଟି ହକ୍ ବିମାନ ସାମିଲ ହେବେ। ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିବେ ବୋଲି ଜଣାଯାଇଛି।
ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। କିଛଇ ସମୟ ମଧ୍ୟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସୋ’ ଦେଖିବା ଲାଗି କୁଆଖାଇ ନଦୀପଠାରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ନିରାପତ୍ତା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

publive-image
ସୂଚନାଯୋଗ୍ୟ, ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭୁବନେଶ୍ବରରେ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିଲା। ଗୁରୁବାର ଦିନ ଭୁବନେଶ୍ବରସ୍ଥିତ ବାଲିଯାତ୍ରା ପଡ଼ିଆଠାରେ ଏହାର ରିହର୍ସାଲ ଅନୁଷ୍ଠିତ ହୋଇଥିଲା। ଗତ ବୁଧବାର ଦିନ ବାୟୁସେନାର ୨ଟି ବିମାନ ରିହର୍ସାଲ କରିଥିବା ବେଳେ ଗୁରୁବାର ଦିନ ଅଭ୍ୟାସରେ ୯ଟି ବିମାନ ସାମିଲ ହୋଇଥିଲେ।

publive-image

ଅପରପକ୍ଷେ, ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଥିଲେ। ଏହାବ୍ୟତୀତ ଓଡ୍ରାଫ୍ ଟିମ୍‌କୁ ମଧ୍ୟ ସଜାଗ ରଖାଯିବ ବୋଲି ସେ କହିଥିଲେ। ସାଧାରଣ ଲୋକ ଯେପରି ସୁରୁଖୁରୁରେ ଏହି ସୋ’କୁ ଉପଭୋଗ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ଆପତ୍‌କାଳୀନ ସ୍ଥିତି ପାଇଁ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ବ୍ୟବସ୍ଥା ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe