ଓଡ଼ିଶାରେ ଏୟାରସେଲ ନେଟଓ୍ଵର୍କ ଅଚଳ

Advertisment

ମଙ୍ଗଳବାର ରାତି ୧୨ଟାରୁ ଆରମ୍ଭ ହୋଇଛି ସମସ୍ୟା

ମଙ୍ଗଳବାର ରାତି ୧୨ଟାରୁ ଆରମ୍ଭ ହୋଇଛି ସମସ୍ୟା

ଓଡ଼ିଶାରେ ଏୟାରସେଲ ନେଟଓ୍ଵର୍କ ଅଚଳ

ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର : ଗତକାଲି ମଧ୍ୟରାତ୍ରିରୁ ସାରା ଓଡ଼ିଶାରେ ଏୟାରସେଲ ନେଟଓ୍ଵର୍କ ଉଡ଼ିଯାଇଛି। ଓଡ଼ିଶାରେ ଏକ ଅଗ୍ରଣୀ ମୋବାଇଲ ନେଟଓ୍ଵର୍କ କମ୍ପାନି ବୋଲି ଦାବି କରୁଥିବା ଏୟାରସେଲର ନେଟଓ୍ଵର୍କ ଉଡ଼ିଯିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ଦିନତମାମ ନେଟଓ୍ଵର୍କ ନ ଥିବା ଅଭିଯୋଗ ହୋଇଛି। ଏୟାରସେଲ କମ୍ପାନିର କଷ୍ଟମର କେୟାରକୁ ନମ୍ବରକୁ ଯୋଗାଯୋଗ କରାଗଲେ କେଉଁ କାରଣ ପାଇଁ ନେଟଓ୍ଵର୍କ ନାହିଁ ତାହାର ସ୍ପଷ୍ଟ କାରଣ ରଖିପାରୁ ନାହାନ୍ତି ଅଧିକାରୀ। ଯଦିଓ ସଂଧ୍ୟାରେ କିଛି ମୋବାଇଲରେ ନେଟଓ୍ଵର୍କ ଆସିଥିବା ସୂଚନା ମିଳିଛି। ତେବେ ନେଟଓ୍ଵର୍କକୁ ନେଇ ହୋଇଥିବା ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ୧୨ଟା ବେଳକୁ ଏୟାରସେଲ ନେଟଓ୍ଵର୍କ ଅଚଳ ହୋଇ ଯାଇଥିଲା। ରାତିରେ ନେଟଓ୍ଵର୍କ ଚାଲିଯାଇଥିଲେ ହେଁ ଲୋକମାନେ ସକାଳେ ଫୋନ୍‌ କରିବା ସମୟରେ ଏହାକୁ ଅନୁଭବ କରିଥିଲେ। ଏୟାରସେଲ ନେଟଓ୍ଵର୍କ ନ ଥିବାରୁ ଗ୍ରାହକମାନେ ଅନ୍ୟ ନମ୍ବର ଏୟାରସେଲ କଷ୍ଟମର କେୟାରକୁ ଯୋଗାଯୋଗ କରିଥିଲେ। ମାତ୍ର କଷ୍ଟମର କେୟାରରେ ଥିବା ଅଧିକାରୀ ଏଭଳି ସମସ୍ୟା ନେଟଓ୍ଵର୍କ ଜାମ୍‌ ଯୋଗୁଁ ହୋଇଥିବା କହିଥିଲେ। ଆସନ୍ତା ୪/୬ଘଣ୍ଟା ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। କଷ୍ଟମର କେୟାରକୁ ଯୋଗାଯୋଗ କରାଗଲେ ସେମାନେ କେଉଁ ଅଞ୍ଚଳରେ ନେଟଓ୍ଵର୍କ ନାହିଁ ଓ କେଉଁ ନମ୍ବରରେ ଏଭଳି ସମସ୍ୟା ହେଉଛି ତାହାର ସମାଧାନ ପାଇଁ ସେସବୁ ନମ୍ବରକୁ ଟିପି ରଖୁଛନ୍ତି। ମାତ୍ର ସଂଧ୍ୟା ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ।

ଅପରପକ୍ଷରେ ଏଭଳି ସମସ୍ୟା ଦେଖାଦେବା ପରେ ଅନେକ ଗ୍ରାହକ ଫର୍ଚୁନ୍‌ ଟାଓ୍ଵାରରେ ଥିବା ଏୟାରସେଲର ଆଞ୍ଚଳିକ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ସେଠାରେ ଥିବା ଅଧିକାରୀ ଏ ବିଷୟରେ କିଛି କହିବାକୁ ମନା କରି ଦେଇଥିଲେ। କିଛି ଡିଷ୍ଟ୍ରିବ୍ୟୁଟର ପଏଣ୍ଟରେ ଏୟାରସେଲ ଓଡ଼ିଶାର କିଛି ଟଙ୍କା ବାକି ରହିଥିବା କାରଣରୁ ନେଟଓ୍ଵର୍କକୁ କାଟି ଦିଆଯାଇଥିବା କହିଥିଲେ। ମାତ୍ର କେତେ ପରିମାଣର ଟଙ୍କା ଓ କାହାର ପାଖରେ ବାକି ରହିଛି ତାହାର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe