ଝାରସୁଗୁଡ଼ାରେ ୬୬ ଆକ୍ରାନ୍ତ, ବିମାନ ଯାତ୍ରୀଙ୍କ ହେବ କୋଭିଡ୍‌ ପରୀକ୍ଷା

Advertisment
ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ହଜାର ମୁହାଁ

ThePrint

ଝାରସୁଗୁଡ଼ା : ଝାରସୁଗୁଡ଼ାରେ କୋଭିଡ କାୟା ମେଲାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ ୬୬ ସଂକ୍ରମିତ ହୋଇଥିବା ଜଣ ଯାଇଛି। ସଂକ୍ରମିତଙ୍କ ମଧ୍ୟରେ ଝାରସୁଗୁଡ଼ା ସହରରେ ୩୯, ବ୍ରଜରାଜନଗରରେ ୯, ବେଲପାହାଡ଼ରେ ୨, ଝାରସୁଗୁଡ଼ା ବ୍ଲକରେ ୧୦, କୋଲାବିରା ବ୍ଲକ୍‌ରେ ଜଣେ ଓ ଜିଲ୍ଲା ବାହାରେ ବିଭିନ୍ନ ହସ୍‌ପିଟାଲରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୫ ଦିନ ମଧ୍ୟରେ ଜିଲ୍ଲାରେ ୧୫୪ ଜଣ ସଂକ୍ରମିତ ହେଲେଣି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଆରମ୍ଭ କରାଯାଇଛି। ପୁଲିସ ପକ୍ଷରୁ ମାସ୍କ ଯାଞ୍ଚ, ଭିଡ଼ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଓ ବିଭିନ୍ନ ଦୋକାନ ସିଲ୍‌ କରାଯାଉଛି। ସହରରେ ବିଭିନ୍ନ ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଝାରସୁଗୁଡ଼ାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଦିଲ୍ଲୀ ଓ କଲିକତାରୁ ଆସୁଥିବା ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe