Airport in Puri: Unity among ruling party and opposition Photograph: (sambad.in)
ଭୁବନେଶ୍ବର: ପୁରୀରେ ବିମାନ ବନ୍ଦର ହେବା ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏନେଇ ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ପୁରୀରେ ବିମାନ ବନ୍ଦର ହେବା ଅତ୍ୟନ୍ତ ଜରୁରୀ। ବିମାନ ବନ୍ଦର ଲାଗି କେନ୍ଦ୍ରକୁ ବାଧ୍ୟ କରାଯିବ। ଅନେକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମୁଦ୍ର କୂଳରେ ହୋଇଛି ଆଉ କିଛି ସମୁଦ୍ର ଭିତରେ ମଧ୍ୟ ହୋଇଛି।
କେନ୍ଦ୍ର ସରକାର ଯଦି ପୁରୀରେ ବିମାନବନ୍ଦର ନ କରିବେ ଜଗନ୍ନାଥ ସଂସ୍କୃତିକୁ ଉନ୍ନତି ନ କରିବେ, ତେବେ ସରକାରଙ୍କର ପତନ ହେବ।
କଳାହାଣ୍ଡିରେ ଉତ୍କେଲା ଏୟାରପୋର୍ଟ ହେବା ପରେ ଗୋଟେ ଅଞ୍ଚଳର ପରିଭାଷା ବଦଳି ଗଲା। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ସମଗ୍ର ବିଶ୍ୱରୁ ଲୋକେ ପୁରୀରେ ପହଞ୍ଚିବେ,ଆମର ପରମ୍ପରା ବିଶ୍ୱବ୍ୟାପି ହେବ। ଓଡ଼ିଶାର ମାନଚିତ୍ର ସମଗ୍ର ବିଶ୍ୱରେ ପ୍ରକାଶିତ ହେବ। ଏଥିରେ ଯାହା ଅସୁବିଧା, ସେ ଜଙ୍ଗଲ ଜମି ହେଉ କି ଆଉ କୌଣସି ଅସୁବିଧା ହେଉ ସେ ବିଷୟରେ ଆମେ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବା ପୁରୀରେ ବିମାନ ବନ୍ଦର ନିର୍ମାଣ ହେଉ।
ଅନେକ ପ୍ରକାର ବିମାନ ଅଛି, କେଉଁ ବିମାନ ସେଠାରେ ପହଁଚିବ ତାହା ନିଶ୍ଚିତ କରାଯିବ। ସବୁ ବିମାନ କ୍ଷତି କରିବ ନାହିଁ, ଯେଉଁଥିପାଇଁ ସେମାନେ ଚିନ୍ତା କରୁଛନ୍ତି। ଅନେକ ଅନ୍ତର୍ଜାତୀୟ ବିମାନବନ୍ଦର ସମୁଦ୍ର କୂଳରେ ହୋଇଛି ଆଉ କିଛି ସମୁଦ୍ର ଭିତରେ ହୋଇଛି।
ଆମ ପରିବେଶ କେମିତି ସୁରକ୍ଷିତ ରହିବ ସେ ନେଇ ଆମେ ଚିନ୍ତିତ ଏବଂ ଚିନ୍ତା କରିବାର ଆବଶ୍ୟକତା ମଧ୍ୟ ରହିଛି। ବିମାନ ବନ୍ଦର ନିର୍ମାଣ ହେବ ଏବଂ ସେ ବିମାନ ଗୁଡିକ ଯେପରି ଆମର ଜୈବ ବିବିଧତା, ଅଲିଭ ରିଡଲେ ଏବଂ ସମୁଦ୍ର ଜୀବଜନ୍ତୁଙ୍କୁ କ୍ଷତି ନ କରିବ ସେଥିପ୍ରତି ଆମେ ଯତ୍ନବାନ ହେବା। କେନ୍ଦ୍ର ସରକାର କ’ଣ ସବୁ ଦିନ ରହିଥିବେ? ସବୁ ସରକାର କଣ ସବୁଦିନ ଥାଏ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅଧିକ ପଢ଼ନ୍ତୁ: ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଲା ପରିବେଶ ମନ୍ତ୍ରଣାଳୟ: ଡବ୍ଲୁଆଇଆଇକୁ ପଠାଇବାକୁ ଅନୁରୋଧ
ସେହିପରି ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ କହିଛନ୍ତି, ପୁରୀରେ ସାଢେ ଚାରି କୋଟି ଓଡ଼ିଆଙ୍କ ଦେବତା ଅଛନ୍ତି। ପୁରୀରେ ବିମାନ ବନ୍ଦର ହେବ। କେନ୍ଦ୍ର ସରକାର ପାଖରେ ନିଶ୍ଚିତ ଭାବରେ ଆମେ ଦାବି ରଖିବୁ। ଆମେ ନିଶ୍ଚିତ ଯାହା ଯାହା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ତାହାକୁ ସରକାର ପୂରା କରିବାକୁ ଚେଷ୍ଟା କରିବେ। ଯାହା ବାଧକ ସାଜୁଛି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ବସି ଆଲୋଚନା କରିବେ।
ଆମର ଡବଲ ଇଞ୍ଜିନ ସରକାର ଅଛି । ଏଥିରେ କେହି ବାଧକ ସାଜିବେ ନାହିଁ। ଟିକେ ଡେରି ହେବ କିନ୍ତୁ ନିଶ୍ଚୟ କାର୍ଯ୍ୟ ପୂରା ହେବ ବୋଲି ସରକାରୀ ଦଳ ଉପ ମୁଖ୍ୟ ସଚେତକ କହିଛନ୍ତି।
ଅଧିକ ପଢ଼ନ୍ତୁ: ଚିଟ୍ଫଣ୍ଡ ପ୍ରସଙ୍ଗ: ଶାସକ ବିରୋଧୀ ମୁହାଁମୁହିଁ
BJP | BJD | puri | Airport
Follow Us