ଉପର ମହଲାରୁ ପଡ଼ି ରାଜପରିବାରର ବୋହୂ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀଙ୍କ ମୃତ୍ୟୁ

Advertisment
ଉପର ମହଲାରୁ ପଡ଼ି ରାଜପରିବାରର ବୋହୂ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀଙ୍କ ମୃତ୍ୟୁ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ରାଜପରିବାରର ବୋହୂ ତଥା ପ୍ରତାପ କେଶରୀ ସିଂ ବରିହାଙ୍କ ପତ୍ନୀ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀ (୫୫)ଙ୍କ ବୁଧବାର ସକାଳେ ଏକ ଅଭାବନୀୟ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ସେ ଆଜି ନିଜ ଘର ଝରକାରେ ଭରା ଦେଇ ଠିଆ ହୋଇ କଥା ହେଉଥିବା ବେଳେ ହଠାତ୍‌ ତାହା ଭାଙ୍ଗି ଯାଇଥିଲା। ଭଙ୍ଗା ଝରକା ସହ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀ ଉପର ମହଲାରୁ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱର୍ଗୀୟା ଐଶ୍ୱର୍ଯ୍ୟ ଲକ୍ଷ୍ମୀ ଦେବୀ ଯାଜପୁର ଜିଲ୍ଲା ଆଲମଗିରି ଗଡ଼ ପୂର୍ବ ବିଧାୟକ ଗୁରୁଚରଣ ଟିକାୟତଙ୍କ ଝିଅ ତଥା ପଦ୍ମପୁରର ସ୍ୱର୍ଗତ ଜମିଦାର ଓ ପୂର୍ବ ମନ୍ତ୍ରୀ ବୀର ବିକ୍ରମାଦିତ୍ୟ ସିଂ ବରିହାଙ୍କ ବଡ଼ ବୋହୂ ଥିଲେ। ସ୍ୱାମୀଙ୍କ ସହ ଦୁଇ ଝିଅ ଶ୍ୱେତପଦ୍ମା ଓ ପ୍ରୀତିପର୍ଣ୍ଣା ଏବଂ ପୁଅ ବିକ୍ରମ କେଶରୀ ଉପସ୍ଥିତ ଥିଲେ। ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁ ଲୋକ ସେଠାରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ। ପଦ୍ମପୁର ପୁଲିସ୍‌ ଦ୍ୱାରା ଶବ ଜବତ ପରେ ବ୍ୟବଚ୍ଛେଦ କରାଯାଇଛି। ମୃତଦେହ ଡାକ୍ତରଖାନା ଫ୍ରିଜର୍‌ରେ ରଖାଯାଇଛି। ଗୁରୁବାର ଦାହ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe