ଶୀତଳଷଷ୍ଠୀ ଥାଳ ଉଠା ଆଜି

Advertisment
ଶୀତଳଷଷ୍ଠୀ ଥାଳ ଉଠା ଆଜି

youtube.com

ସମ୍ବଲପୁର : ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠିବ। ସ˚ଧୢା ୪ଟାରେ ବମ୍‌ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠିବ। ସେହିପରି ୪ଟା ୪୫ରେ ଲୋକନାଥ ବାବାଙ୍କ ପୂଜାର୍ଚ୍ଚନା ପରେ ଝାଡ଼ୁଆପଡ଼ାର ଥାଳ ଉଠା ବିଧି ଅନୁଷ୍ଠିତ ହେବ। ସ˚ଧୢା ୭ଟାରେ ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ମୁଦିପଡ଼ା ଯାତ୍ରା ପାଇଁ ଥାଳ ଉଠା ପର୍ବ ହେବ। ଥାଳଉଠା ଅବସରରେ ସ˚ପୃକ୍ତ ପଡ଼ାର ମୁଖିଆ ବ୍ୟକ୍ତିମାନେ ଥାଳରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ନିଜ ସହଯୋଗ ରାଶି ପ୍ରଦାନ କରିବେ। ଏହାପରେ ପଡ଼ା ମୁରବୀ ଓ ଯାତ୍ରା କମିଟିର ସଦସ୍ୟମାନେ ନିଜ ପଡ଼ାର ଘରମାନଙ୍କରେ ବୁଲି ଶୀତଳଷଷ୍ଠୀ ପାଇଁ ପାଣ୍ଠି ସଂଗ୍ରହ କରିବାର ବିଧି ରହିଛି। ଏହିଠାରୁ ଶୀତଳଷଷ୍ଠୀ ଯାତ୍ରାର ଅବଗଣନା ଆରମ୍ଭ ହେବ ବୋଲି ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି।

ସଂଧ୍ୟା ୫ଟା ୩୦ରେ ବଡ଼ବଜାର ଶୀତଳେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିବ। ସଂଧ୍ୟା ୭ଟା ୪୫ ମିନିଟ୍‌ରେ ଗୁପ୍ତେଶ୍ବର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଠାକୁରପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଥାଳ ଉଠା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe