ଏଆଇଟିୟୁସିର ଶତବାର୍ଷିକୀ ସମାରୋହ

ଏଆଇଟିୟୁସିର ଶତବାର୍ଷିକୀ ସମାରୋହ

ଭୁବନେଶ୍ବର : ଦେଶରେ ଶ୍ରମିକ ଶ୍ରେଣୀର ଲୋକଙ୍କ ଜୀବନ ଜୀବିକାକୁ ନେଇ ଦୀର୍ଘ ଶହେ ବର୍ଷ ତଳେ ଅର୍ଥାତ୍ ୧୯୨୦ ମସିହା ଆଜିର ଦିନରେ ପ୍ରଥମ କରି ଦେଶର ୟୁନିୟନ୍‌ ଗୁଡ଼ିକୁ ନେଇ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ(ଏଆଇଟିୟୁସି) ଗଠନ ହୋଇଥିଲା। ତେବେ ଏହି ଅବସରରେ ୟୁନିଟ୍-୬ ଠାରେ ରାଜ୍ୟସ୍ତରୀୟ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ଅଙ୍ଗନବାଡ଼ି ସଂଘର ରାଜ୍ୟ ସାଧାରଣ ସଂପାଦିକା ହରପ୍ରିୟା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ୟୁନିୟନ୍‌ର ପ୍ରଥମ ସଭାପତି ଲାଲା ଲଜପତ ରାୟଙ୍କ ଆତ୍ମବଳିଦାନ ଉପରେ ମତ ଦେବା ସହ ଶ୍ରମ ଆଇନ୍ ପ୍ରତ୍ୟାହାର ସମ୍ପର୍କରେ କହିଥିଲେ।

ସେହିଭଳି ସମାରୋହରେ ଆଇଏନ୍‌ଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଚ୍‌ଏମ୍‌ଏସ୍‌ର ରାଜ୍ୟ ସାଧାରଣ ଉପସାଧାରଣ ସଂପାଦକ ବୀରେନ୍ଦ୍ର ପ୍ରତାପ ଦାସ, ଏଆଇସସିଟିୟୁର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ, ବିଶ୍ବ ଶିକ୍ଷକ ସଂଘର ସଭାପତି ଅମୀୟ କୁମାର ମହାନ୍ତି, ସିପିଆଇର ରାଜ୍ୟ ସଂପାଦକ ଆଶିଷ କୁମାର କାନୁନ୍‌ଗୋ, ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସଂପାଦକ ବିଜୟ ଜେନା, ଉପସଭାପତି ଏନ୍ ନାରାୟଣ ରେଡ୍ଡି, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ କୁମାର ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ଆସନ୍ତା ନଭେମ୍ବର ୨୬ରେ ଶ୍ରମିକଙ୍କ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ଆହ୍ବାନ ଦିଆଯାଇଥିଲା। ଏହା ସହିତ ଶତବାର୍ଷିକୀ ପାଳନ ଅବସରରେ ସଙ୍ଗଠନର ନେତୃତ୍ବଙ୍କୁ ଶତବାର୍ଷିକୀ ଫଳକ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଆଇଟିୟୁସି ସଂଗଠନ ଓ ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ନେତାମାନଙ୍କ ସ୍ମୃତି ଫଳକ ଜିଲ୍ଲା କମିଟିମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମାରୋହକୁ ଏଆଇଟିୟୁସିର ରାଜ୍ୟ ସଂପାଦକ ମାୟାଧର ନାୟକ, ନମିତା ସାହୁ, ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦା, ସୁର ଜେନା, ଦେବାଶିଷ ବାବୁ, ଅଶୋକ ସାହୁ, ସତୀଶ ମିଶ୍ର, ରଜତ ପଟ୍ଟନାୟକ, ଶୁଭାଶିଷ ସ୍ବାଇଁ, ସତ୍ୟବାଦୀ ବାଗ୍, ଶିଶିର ମଲ୍ଲିକ ପ୍ରମୁଖ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe