Advertisment

ଡିଏଲ୍‌ଓ ଅଫିସ୍‌ ଆଗରେ ଏଆଇଟିୟୁସିର ଗଣଧାରଣା

Advertisment
ଡିଏଲ୍‌ଓ ଅଫିସ୍‌ ଆଗରେ ଏଆଇଟିୟୁସିର ଗଣଧାରଣା

ବୌଦ୍ଧ : ଅନିୟମିତାରେ ଘେରି ରହିଛି ଜିଲ୍ଲା ଶ୍ରମ ଅଫିସ। ନିର୍ମାଣ ଶ୍ରମିକଙ୍କ ପାଇଁ ଥିବା ଯୋଜନା ଅନ୍ତର୍ଗତ ଝିଅ ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଆଦି ପ୍ରଦାନ କରିବାରେ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏହାର ପ୍ରତିବାଦରେ ଏଆଇଟିୟୁସି ସହ ଅନୁବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍‌ ଏଗ୍ରିକଲଚର ଓ ବିଲଡିଂ କନଷ୍ଟ୍ରକସନ ୟୁନିଅନ ପକ୍ଷରୁ ସୋମବାର ଡିଏଲ୍‌ଓ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ଏଆଇଟିୟୁସି ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଟିୟୁସି ରାଜ୍ୟ ଉପ ସାଧାରଣ ସଂପାଦକ ତଥା ନିର୍ମାଣ ଶ୍ରମିକ ୟୁନିୟନ ସମନ୍ବୟ ସମିତିର ରାଜ୍ୟ ଆବାହକ ବିଜୟ ଜେନା, କନ୍ଧମାଳର ଶିଶିର ମଲ୍ଲିକ, ସିପିଆଇ ଜିଲ୍ଲା ସଂପାଦକ ପ୍ରଦୀପ ମହାକୁଡ଼, ସହ- ସଂପାଦକ ଜୟନ୍ତ ଦେହୁରୀ, ନେତ୍ରାନନ୍ଦ କହଁର, ଏଆଇୱାଇଏଫ୍‌ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ ପ୍ରମୁଖ ଡିଏଲଓ ଓ ଶାସକ ଦଳ ବିରୋଧରେ ବକ୍ତବ୍ୟ ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଆଡ଼ି ବସିଥିଲେ।

ଶେଷରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଦାବି ପୂରଣ କରିବା ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ଘିବେଲା, ପ୍ରଦୀପ ସାହୁ, ଭାଗିରଥି ଦାସ, ହାଡ଼ବନ୍ଧୁ ବେହେରା, ଗୋପବନ୍ଧୁ ବେହେରା ପ୍ରମୁଖ ନେତୃତ୍ବ‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe