ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି

Advertisment
ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି

ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଏକ ଏକେ ୪୭ ମିଳିଛି। ଅପରେସନରେ ଜଣେ ଡିଏସପି ଆହତ ହୋଇଛନ୍ତି। ତେବେ ସେ ବିପଦମୁକ୍ତ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ଅଣାଯାଉଛି। ଏଣେ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe