ମା’ ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି: ଆକାଶ ଦାସନାୟକ

ମା’ ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି: ଆକାଶ ଦାସନାୟକ

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ମାଟିର ଜନତା ହେଉଛନ୍ତି ମୋର ପରିବାରର ସଦସ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶିତ ଭାରତରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। କୋରେଇରେ ଅନେକ କାମ କରିଛି। ଆହୁରି କିଛି କାମ କରିବାର ବାକି ଅଛି। ମା’ ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି। କୋରୋଇରୁ ପୂର୍ବତନ ବିଧାୟକ ତଥା ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ଅଭିନେତା ଆକାଶ ଦାସନାୟକ ରବିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ଏହା କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜର ସମର୍ଥକମାନଙ୍କ ସହିତ ପଦ୍ମ ଧରିଛନ୍ତି।

ଶ୍ରୀ ଦାସନାୟକ କହିଛନ୍ତି, ଆତ୍ମ ସମ୍ମାନକୁ ବଳି ପକାଇବା ଅପେକ୍ଷା ଓଡ଼ିଆର ଅସ୍ମିତା ରକ୍ଷା କରିବା ପାଇଁ ବିଜେପିରେ ଯୋଗ ଦେଇଛି। ମୋର ପୂରା ବିଶ୍ବାସ କୋରେଇର ପୁଅମାନେ ସ୍ବାଭିମାନ। ସ୍ବାଭିମାନ ପାଇଁ କୋରେଇର ପୁଅ କଣ କରିପାରେ ତାହା ଆଗାମୀ ସମୟ କହିବ। ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ପ୍ରଦୀପ ପାଣିଗ୍ରାହୀ, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆକାଶ ଦାସନାୟକ ୨୦୧୪ ସାଧାରଣ ନିର୍ବାଚନରେ କୋରେଇରୁ ବିଜେଡି ଟିକେଟ୍‌ରେ ବିଧାୟକ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନଥିଲା। ଏହା ପରେ ସେ ରାଜ୍ୟ ସରକାର ତାଙ୍କୁ ମୋ କଲେଜରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିଥିଲେ। ଆକାଶ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥ‌ିଲେ। ଏଥିରେ ସେ ଲେଖିଥିଲେ ଯେ, ଆଜି ମୁଁ ମୋର ଅନ୍ତରାତ୍ମାର ସ୍ୱର ଶୁଣି ମୋର ଆତ୍ମ ସମ୍ମାନ ପାଇଁ, ମୋର ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe