ସମ୍ବଲପୁରରେ ଆରମ୍ଭ ହେଲା ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍ ସେଣ୍ଟର

ସମ୍ବଲପୁରରେ ଆରମ୍ଭ ହେଲା ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍ ସେଣ୍ଟର

ସମ୍ବଲପୁର,: ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଭାରତର ଅଗ୍ରଣୀ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍ ସେଂଟର୍‌ ବୁଧବାର ସମ୍ବଲପୁର ଅଇଁଠାପାଲି ଭୀମ ଭୋଇ ପାର୍କ ରୋଡ୍‌ରେ ଉଦ୍‌ଘାଟିତ ହୋଇଛି। ଆକାଶ ବାଇଜୁସ୍‌ ଗ୍ରୁପ୍‌ର ଏହା ହେଉଛି ଷଷ୍ଠ ଶାଖା। ଆକାଶ ବାଇଜୁସ୍‌ର ଆଂଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ ଶାଖାକୁ ଉଦ୍‌ଘାଟନ କରିବା ସହ ନିଟ୍‌, ଆଇଆଇଟି, ଜେଇଇ ଓ ଅଲିମ୍ପିଆଡ କୋଚିଙ୍ଗ ଏବଂ ଫାଉଣ୍ଡେସନ ପାଠ୍ୟକ୍ରମଗୁଡିକ ପାଇଁ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ଶାଖା ଖୋଲାଯାଇଥିବା କହିଥିଲେ।

ଶାଖାର ଉଦ୍‌ଘାଟନୀ ଅବସରରେ ରିଜୋନାଲ ଅପରେସନ ମୁଖ୍ୟ ଜୟଦୀପ ମୁଖାର୍ଜୀ, ରିଜୋନାଲ ସେଲ୍ସ ଆଣ୍ଡ୍‌ ଗ୍ରୋଥ୍‌ ମୁଖ୍ୟ ବିକାଶ ଦାସ, ଡେପୁଟି ଡିରେକ୍ଟର ସୂର୍ଯ୍ୟଭାନୁ ସିଂ, ସହକାରୀ ନିର୍ଦ୍ଦେଶକ ରାଜୀବ ନୟନ ଏବଂ ଆଞ୍ଚଳିକ ଏଚଆର ମୁଖ୍ୟ ସାଗର ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଆମେ ଛାତ୍ରଛାତ୍ରୀ-କୈନ୍ଦ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖିଥାଉ ବୋଲି ସିଇଓ ଅଭିଷେକ ମାହେଶ୍ୱରୀ କହିଛନ୍ତି। ଛାତ୍ରଛାତ୍ରୀମାନେ ମାର୍କସିଟ୍ ଦେଇ ସିଧାସଳଖ ନାମ ଲେଖାଇବା ସହ ସ୍କୋଲାରସିପ୍ ଟେଷ୍ଟ (ଆଇଏସିଏସ୍‌ଟି), ଏସିଏସ୍‌ଟି ଦେଇପାରିବେ। କିମ୍ବା ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ର ଫ୍ଲାଗ୍‌ସିପ୍ ଆନୁଆଲ ସ୍କଲାରସିପ୍ ଏଗ୍‌ଜାମ ଆକାଶ ବାଇଜୁସ୍ ନ୍ୟାଶନାଲ ଟାଲୋଂଟ୍ ହଂଟ୍ ଏଗ୍‌ଜାମ (ଆନ୍ଥେ) ପାଇଁ ପଞ୍ଜୀକରଣ କରିପାରିବେ। ନିକଟରେ ଶେଷ ହୋଇଥିବା ଆନ୍ଥେ ୨୦୨୨ରେ କେବଳ ସମ୍ବଲପୁରରୁ ୬୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe