ଚାନ୍ଦିପୁରରେ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁରରେ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ କ୍ଷେପଣାସ୍ତ୍ର। ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଥିବାର ସୂଚନା ମିଳିଛି।

ଆକାଶର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହାର ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ମିଟର। ଶବ୍ଦର ବେଗଠାରୁ ଅଢେ଼ଇଗୁଣ ଅଧିକ ବେଗରେ ଆକାଶ ସ୍ଥିରୀକୃତ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିଲା। ଏଥିରେ ୬୦ କିଲୋ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe