ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ପ୍ରତିଷ୍ଠା ଦିବସ

ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ପ୍ରତିଷ୍ଠା ଦିବସ

ସମ୍ବଲପୁର : ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଗୁରୁବାର ଦିନ ନିଜର ୬୦ତମ ପ୍ରତିଷ୍ଠା ଦିବସ ପାଲନ କରିଛି । ୧୯୬୩ ମସିହାରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ୨୦ କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ବର୍ତମାନ ୧୦୦ କିଲୋୱାଟ କ୍ଷମତା ବିଶିଷ୍ଟ ଡିଜିଟାଲ ପ୍ରସାରଣ କରୁଛି । ପଶ୍ଚିମ ଓଡ଼ିଶାର ମୁଖ୍ୟ କେନ୍ଦ୍ର ଭାବେ ଉନ୍ନତମାନର କାର୍ଯ୍ୟକ୍ରମ ପ୍ରସାରଣ କରି ଏହି କେନ୍ଦ୍ର ଶ୍ରୋତାଙ୍କ ମନ ଜିଣି ପାରିଛି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ସମ୍ବଲପୁରୀ ଆଂଚଳିକ ସମ୍ବାଦ ପ୍ରସାରଣ ହେତୁ ଲୋକମାନେ ତାଙ୍କ ନିଜ ଭାଷାରେ ଏହି ଅଂଚଳର ଖବର ଶୁଣି ପାରୁଛନ୍ତି। ଏଫ୍‌ଏମ୍‌ ମହାନଦୀ ଜରିଆରେ ଏହି ଅଂଚଳର କଳା, ସଂସ୍କୃତି, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ବୋଲି ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଏହା କୁହାଯାଇଛି।

ଆକାଶବାଣୀ ରିକ୍ରିଏସନ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ଦେଇ ‘ସମ୍ବଲପୁର କେନ୍ଦ୍ରର ସ୍ୱର୍ଣ୍ଣିମ ଇତିହାସ’ ବିଷୟରେ ଆଲୋକପାତ କରିଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯାନ୍ତ୍ରିକ ବିଭାଗର ମୁଖ୍ୟ ରମେଶ ଚନ୍ଦ୍ର ଭୋଇ, କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ମନୋଜ କୁମାର ପୂଜାରୀ, ସହକାରୀ ଯନ୍ତ୍ରୀ ରାଜକିଶୋର ପଣ୍ଡା, କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍ଗଙ୍କ ସହ ଅନ୍ୟ କର୍ମଚାରୀମାନେ ଆକାଶବାଣୀ କେନ୍ଦ୍ରର ଅତୀତ, ବର୍ତମାନ ଆଉ ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଆକାଶବାଣୀ ବାର୍ଷିକ ପୁରସ୍କାର ପ୍ରତିଯୋଗିତାରେ ଏହି କେନ୍ଦ୍ରର କୃଷି ଓ ଗୃହ ଅନୁଭାଗ ଦ୍ୱାରା ପ୍ରସ୍ତୁତ ସଂଗୀତ ରୂପକ କାର୍ଯ୍ୟକ୍ରମ ‘ନୂଆଁ ସଖାଲ୍‌’ର ଲେଖକ ଗଣେଶରାମ ସେଠ ଏବଂ ଆକାଶବାଣୀ କେନ୍ଦ୍ରର ୪ଜଣ କର୍ମଚାରୀଙ୍କୁ ଆକାଶବାଣୀ ମହାନିର୍ଦ୍ଦେଶାଲୟ ନୂଆଦିଲ୍ଲୀରୁ ପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe