ମାସେ ବନ୍ଦ ରହିବ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ

ଲାଗିବ ୧୦୦ କିଲୋଓ୍ଵାଟ ଡିଜିଟାଲ ଟ୍ରାନ୍ସମିଟର

ମାସେ ବନ୍ଦ ରହିବ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ

ସମ୍ବଲପୁର : ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମର ପ୍ରସାରଣ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ବନ୍ଦ ରହିବ। ଏହାର ଅପଗ୍ରେଡେସେନ କରାଯିବାର ଯୋଜନା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଏକ ମାସ ମଧ୍ୟରେ ୪୫ କିଲୋମିଟର ଦୂରତା ମଧ୍ୟରେ ଶ୍ରୋତାମାନେ ଏଫଏମ ରେଡିଓ ଯୋଗେ ଏହାର ଲାଭ ନେଇ ପାରିବେ ବୋଲି ଆକାଶବାଣୀ ସହକାରୀ ଯନ୍ତ୍ରୀ ଏମଆରକେ ରାଓ କହିଛନ୍ତି।

ଆକାଶବାଣୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ କହିଛନ୍ତି, ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ପ୍ରସାରଣ ୧୦୦ କିଲୋଓ୍ଵାଟ ମିଡିୟମ ଓ୍ଵଭ ଜରିଆରେ ପ୍ରସାରିତ ହେଉଛି। ବର୍ତ୍ତମାନ ଏହି ଟ୍ରାନ୍ସମିଟରକୁ ହଟାଇ ଏହା ସ୍ଥାନରେ ୧୦୦ କିଲୋଓ୍ଵାଟ ଡିଜିଟାଲ ରେଡ଼ିଓ ମଣ୍ଡାଏଲ ଜରିଆରେ କାର୍ଯ୍ୟକ୍ରମ ପ୍ରସାରଣର ଯୋଜନା ରହିଛି। ପୁରୁଣା ଟ୍ରାନ୍ସମିଟର ଜରିଆରେ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ ରହିଲେ ମଧ୍ୟ ଏଫଏମ ଟ୍ରାନ୍ସମିଟର ୧୦୧ ମେଗାହର୍ଷ ଜରିଆରେ ଶ୍ରୋତା ଏହା ଶୁଣି ପାରିବେ।

ନୂଆ ଟ୍ରାନ୍ସମିଟର କୋଲକାତା ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଖୁବ ଶିଘ୍ର ସମ୍ବଲପୁର ଆସିବ ବୋଲି କୁହାଯାଇଛି। ନୂଆ ଟ୍ରାନ୍ସମିଟର ଜରିଆରେ ଆକାଶବାଣୀ କାର୍ଯ୍ୟକ୍ରମ ପ୍ରସାରିତ ହେଲେ, ଏହା ପାରିପାର୍ଶ୍ୱିକ ଧ୍ୱନି ରହିତ ହେବା ସହିତ ଏହାର ପ୍ରସାରଣ ଉଚ୍ଚମାନର ହୋଇ ପାରିବ। ଲେଫ୍ଟ ଓ୍ଵିଙ୍ଗ ଏକ୍ସଟ୍ରିମିଜମ ଜରିଆରେ ନୂଆ ଟ୍ରାନ୍ସମିଟର ଲଗାଯିବ। ୧୯୬୩ ମସିହାରେ ଆକାଶବାଣୀ ସମ୍ବଲପୁର ପ୍ରତିଷ୍ଠା ହୋଇଥିଲା। ୧୯୯୮ ମସିହାରୁ ୧୦୦ କିଲୋଓ୍ଵାଟ େଓ୍ଵଭ ଟ୍ରାନ୍ସମିଟର ଜରିଆରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe