ଆରଡି: ଆସନ୍ତା ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ଦିନ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ଦର୍ଶନ। ତାହାସହ ପୀଠରେ ପ୍ରଶାସନ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ଓ ବୈତରଣୀ ନଦୀ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଯିବା ଉପରେ କଟକଣା ଜାରି କରିଛି ପ୍ରଶାସନ।
ଅନ୍ୟପଟେ କୋଭିଡ-୧୯ ଅନୁଯାୟୀ ପାଳିଆ ସେବାୟତ ଓ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବାଙ୍କର "ହରଗୌରୀ" ବେଶ ସହ ଅନ୍ୟାନ୍ୟ ନୀତିକାନ୍ତି ରହିଥିବାରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା ପାଇଁ ସ୍ଥାନୀୟ ପୋଲିସକୁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର ଜଣାଇଛନ୍ତି। ପୀଠରେ ମେଳା, ମେଲୋଡି, ଭଜନ ସମାହୋର ଆଦି ବନ୍ଦ କରିବା ପାଇଁ ନଟକା ଜାରି କରାଯିବା ସହ ଡାକବାଜି ଯନ୍ତ୍ର ଦ୍ବାରା ଜଣାଯାଇଛି। ପୀଠରେ ଆସନ୍ତା ଗୁରୁବାର ୧୮ ତାରିଖ ସନ୍ଧ୍ୟା ୮ଟାରୁ ଶୁକ୍ରବାର ସନ୍ଧ୍ୟା ଯାଏଁ ପୀଠରେ ୧୪୪ଧାରା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ।
Follow Us