ଭୁବନେଶ୍ବର: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଯାଦବ ଆଜି ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ପଛୁଆବର୍ଗ ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ଓଡ଼ିଶାରେ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନେଇ ଅଖିଳେଶଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ
ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ଏହା ଲାଗୁ ହୋଇ ନ ଥିବାରୁ ଏଥିପାଇଁ ସଂସଦରେ ସ୍ବର ଉଠାଇବା ଲାଗି ତାଙ୍କୁ ନିବେଦନ କରିଥିଲେ। ଆସନ୍ତାକାଲି ହୋଟେଲ ତାଜ ଭିଭାନ୍ତରେ ହେବାକୁ ‘ଭିଜନ୍ ଇଣ୍ଡିଆ’ର ସମ୍ମିଳନୀରେ ଅଖିଳେଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/17/dgadaddadg-2026-01-17-02-25-01.jpg)