ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

Advertisment
ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ଭେଡ଼େନ : ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ଘଟିଥିବା ଗଣହତ୍ୟା ଘଟଣାକୁ ୨ ଦିନ ବିତିଯାଇଥିଲେ ହେଁ ଏ ଯାଏ ହତ୍ୟାକାରୀଙ୍କୁ ପୁଲିସ୍‌ ଧରିପାରି ନାହିଁ। ତେବେ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯାଇଥିବା ଜଣାପଡ଼ିଛି। ପୁଲିସ୍‌ ଉକ୍ତ ପରିବାରର କିଛି ସମ୍ପର୍କୀୟଙ୍କୁ ଡାକି ଥାନାରେ ପଚରାଉଚରା ଜାରି ରଖିଥିବା ବେଳେ କିଛି ଅତି ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା ପାଇଁ ବିଭିନ୍ନ ଗ୍ରାମକୁ ଯାଇଥିବା ଜଣାପଡ଼ିଛି।

ସୋମବାର ମଧ୍ୟରାତ୍ରିରେ ଗଣହତ୍ୟା ଘଟିଥିବା ଘରୁ କିଛି ଶବ୍ଦ ସହ ଭଙ୍ଗାରୁଜା ଶବ୍ଦ ଆସିଥିବା ଓ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା ନେଇ କେତେକ ବ୍ୟକ୍ତି ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି, ଖୁବ୍‌ ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ଥାନାଧିକାରୀ ସଂଗୀତା ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe