ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେବେ ଅକ୍ଷୟ ପତି

ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେବେ ଅକ୍ଷୟ ପତି

ଝାରସୁଗୁଡ଼ା : ଆସନ୍ତା ଏପ୍ରିଲ ୫ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମ ପୁରସ୍କାର ସମାରୋହରେ ଯୋଗଦାନ କରିବା ପାଇଁ ଝାରସୁଗୁଡ଼ା ମାରୱାଡ଼ିପଡ଼ା ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ ପତିଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି। ‘ମାଇଁଗଭ୍‌’ ସହଯୋଗରେ ଗୃହ ମନ୍ତ୍ରାଳୟ ପଦ୍ମ ପୁରସ୍କାର ୨୦୨୩ କୁଇଜ୍ ଆୟୋଜନ କରି ପଦ୍ମ ପୁରସ୍କାର ପ୍ରଦାନ କରିଥିବା ପରିବର୍ତ୍ତନ ନିର୍ମାତାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଉଦ୍ୟମ କରାଯାଇଥିଲା।

ଏହି କୁଇଜ୍ ୨୦୨୩ ମାଇଁଗଭ୍‌ ପୋର୍ଟାଲରେ ଗତ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଲାଇଭ୍ ଥିଲା। ଏହି କୁଇଜ୍‌ରେ ୧୩ ହଜାରରୁ ଅଧିକ ନାଗରିକ ଅଂଶଗ୍ରହଣ କରିଥିଲେ। ଏଥି ମଧ୍ୟରୁ ନିମ୍ନରେ ୨୦ ଜଣ ଅଂଶଗ୍ରହଣକାରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ଚୟନ କରାଯାଇ ସେମାନଙ୍କୁ ଏହି ସମ୍ମାନଜନକ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ୨୦ ଜଣିଆ ତାଲିକାରେ ଓଡ଼ିଶାରୁ ଶ୍ରୀ ପତିଙ୍କୁ ଚୟନ କରାଯାଇଛି। ଶ୍ରୀ ପତି ଜଣେ ସୁସାହିତ୍ୟିକ ହୋଇଥିବା ବେଳେ ‘ସମ୍ବାଦ- ସାହିତ୍ୟଘର’ ଝାରସୁଗୁଡ଼ାର ସଂପାଦକ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe