କର୍ଫ୍ୟୁ କଟକଣାକୁ ଅମାନ୍ୟ: ଅକ୍ଷୟପାତ୍ର ଫାଉଣ୍ଡେସନ, ସାଗର ଇନ୍‌ ଲଜ୍‌ ସିଲ୍‌

Advertisment
କର୍ଫ୍ୟୁ କଟକଣାକୁ ଅମାନ୍ୟ: ଅକ୍ଷୟପାତ୍ର ଫାଉଣ୍ଡେସନ, ସାଗର ଇନ୍‌ ଲଜ୍‌ ସିଲ୍‌

ପୁରୀ : ରଥଯାତ୍ରା ସମୟରେ ଲୋକମାନଙ୍କୁ ରଖି ରଥ ଦର୍ଶନ କରାଇବାରେ ସହାୟକ ହୋଇଥିବା ଦୁଇଟି ଅନୁଷ୍ଠାନକୁ ଆଜି ପ୍ରଶାସନ ସିଲ୍‌ କରିଛି। ଏହି ତାଲିକାରେ ବଗଲା ଧର୍ମଶାଳା ନିକଟରେ ଥିବା ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଏବଂ ବଡ଼ଶଙ୍ଖ ଛକ ନିକଟରେ ଥିବା ସାଗର ଇନ୍‌ ଲଜ୍‌କୁ ସିଲ୍‌ କରିଦିଆଯାଇଛି।

ତହସିଲଦାର ରବୀନ୍ଦ୍ର ପ୍ରଧାନ ଓ କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ ପ୍ରମୁଖ ଅପରାହ୍ନ ଦୁଇଟା ସମୟରେ ସଦଳବଳ ଅକ୍ଷୟପାତ୍ର ଫାଉଣ୍ଡେସନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ଅଣଓଡ଼ିଆ ଗୋବିନ୍ଦକୃଷ୍ଣ ଦାସ ଓରଫ ଗୋପାଳକୃଷ୍ଣ ରହି ରଥ ଦର୍ଶନ କରିବା ସହ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ କରିଥିଲା। ତେଣୁ ଅକ୍ଷୟପାତ୍ର ଫାଉଣ୍ଡେସନକୁ ସିଲ୍‌ କରାଯାଇଥିଲା। ଏହାର ଦୁଇଟି‌ ଗେଟ୍‌ରେ ତାଲା ପକାଇ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା।

ସେହିପରି ଆଜି ସନ୍ଧ୍ୟା ସମୟରେ ବଡ଼ଶଙ୍ଖ ଛକ ନିକଟରେ ଥିବା ସାଗର ଇନ୍‌ ଲଜ୍‌କୁ ମଧ୍ୟ ସିଲ୍‌ କରାଯାଇଥିଲା। ଏହାର ମୁଖ୍ୟ ପ୍ରବେଶ ପଥରେ ଥିବା ଗେଟ୍‌ରେ ତାଲା ପକାଇ ଜଉମୁଦ ଦେଇ ସିଲ୍‌ କରିଦିଆଯାଇଥିଲା। ଆଗାମୀ ଦିନରେ ଏହିଭଳି ଆହୁରି କେତେକ ଅନୁଷ୍ଠାନକୁ ସିଲ୍‌ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଗତ କାଲି ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ୍‌ର ୫ଟି ରୁମ୍‌କୁ ସିଲ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe