ଅର୍ଚ୍ଚନା ନାଗ ମାମଲା: ଦିନସାରା ଜେରା ପରେ ଇଡିରୁ ବାହାରିଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା

ଅର୍ଚ୍ଚନା ନାଗ ମାମଲା: ଦିନସାରା ଜେରା ପରେ ଇଡିରୁ ବାହାରିଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା

ଭୁବନେଶ୍ବର: ଭୁବନେଶ୍ବରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଆଜି ଦିନସାରା ପଚରାଉଚରା କରିଛି। ଉଭୟଙ୍କୁ ମୁହାଁମୁହିଁ ଜେରା ବି କରିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅକ୍ଷୟ ପରିଜାଙ୍କୁ ଆଜି ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଛି। ଇଡିରୁ ବାହାରିଲା ପରେ ଅକ୍ଷୟ ପରିଜା ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ,  ପ୍ରଥମେ ମୁଁ ଓଡ଼ିଶା ପୁଲିସ, ବିଚାର ବିଭାଗ, ତଦନ୍ତକାରୀ ସଂସ୍ଥାକୁ ଧନ୍ୟବାଦ ଦେବି। ଏ ମାମଲାରେ ମୁଁ ଜଣେ ପଡୀତ। ମୋ କର୍ତ୍ତବ୍ୟ ସବୁ ତଥ୍ୟ ଇଡିକୁ ଦେଇଛି। ଯାହା ତାଙ୍କର ଦରକାର ଥିଲା ମୁଁ ତାଙ୍କୁ ସେହି ତଥ୍ୟ ଦେଇଛି। କିଛି ଗଣମାଧ୍ୟମରେ ମୋ ବାବଦରେ ଅନେକ ଭୁଲ ଖବର ପ୍ରକାଶ କରିଛନ୍ତି। ଇଡି ମୋତେ ଯାହା ପଚାରିଛି, ସବୁ ତଥ୍ୟ ଦେଇଛି। ମୋତେ ନ୍ୟାୟ ମିଳିବା ନେଇ ମୁଁ ଆଶାବାଦୀ।  ସୂଚନାଯୋଗ୍ୟ ଇଡି ମଙ୍ଗଳବାର ମଧ୍ୟ ଅକ୍ଷୟ ପରିଜାଙ୍କୁ ପଚରାଉଚରା କରିଥିଲା।

publive-image

ସେହିପରି ଇଡି ଆଜି ଦିନ ତମାମ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପଚରାଉଚରା କରିଛି। ଇଡିର ଅଧିକାରୀମାନେ ଦୀର୍ଘ ୧୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିଥିଲେ। ଏହାରି ମଧ୍ୟରେ ଇଡିକୁ ବହୁ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି। ତେବେ ଇଡିରୁ ବାହାରିଲା ପରେ ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମର ପ୍ରତିନିଧିଙ୍କୁ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe