ନବୀନ ନିବାସ ଘେରାଉ ଉଦ୍ୟମ: ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକଙ୍କୁ ଉଠାଇନେଲା ପୁଲିସ

Advertisment
ନବୀନ ନିବାସ ଘେରାଉ ଉଦ୍ୟମ: ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ଉଠାଇନେଲା ପୁଲିସ। ନବୀନ ନିବାସ ଘେରାଉ ଉଦ୍ୟମ ସମୟରେ ତାଙ୍କୁ ପୁଲିସ୍  ଉଠାଇନେଇଛି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ନବୀନ ନିବାସ ଯିବାକୁ ଉଦ୍ୟମ କରୁଥିିବା ବେଳେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ପୁଲିସ ଉଠାଇ ନେଇଛି।

ଗୋଟିଏପଟେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ଏପଟେ ନବୀନ ନିବାସ ଘେରାଓ କରିବାକୁ ଉଦ୍ୟମ କରିଥିଲେ କୃଷକ ସଙ୍ଗଠନ।

ବିଜେବି କଲେଜ୍‌ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଡାକରାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ରବିବାର ଦିନ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ସୋମବାର ଦିନ ସମୃଦ୍ଧ ଓଡ଼ିଶା ଯୁବ ବାହିନୀ ଭଳି ଅନେକ ସଂଗନ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ଜାରି ରହିଛି ବନ୍ଦ। ବିଭିନ୍ନ ସ୍ଥାନରେ ରାସ୍ତାରୋକ ହୋଇଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe