ଅନନ୍ୟ ମାତୃତ୍ବର ପରିଚୟ ଦେଲେ ଅଳକା       

ଅନନ୍ୟ ମାତୃତ୍ବର ପରିଚୟ ଦେଲେ ଅଳକା       

ବ୍ରଜରାଜନଗର: ନଅ ବର୍ଷ ତଳେ ରାୟଗଡ଼ରୁ ମହାନଦୀରେ ଭାସି ଆସିଥିବା ସୋନି ଯାଦବଙ୍କୁ ପାଣିରୁ ଉଦ୍ଧାର କରି କୁଶମେଲର ଧୀବର ସନ୍ୟାସୀ କାଲେ ନିଜ ଘରେ ଝିଅ ଭଳି ରଖିଥିଲେ। ପରବର୍ତ୍ତୀ ସମୟରେ ସୋନିର ବିବାହ  ୨୦୨୧ ଏପ୍ରିଲ ୨୧ ତାରିଖରେ ହୋଇଥିଲା। ଏହି ବିବାହରେ ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତି କନ୍ୟାଦାନ କରି ନିଜର ବିଶାଳ ହୃଦୟର ପରିଚୟ ଦେଇଥିଲେ। ଇତି ମଧ୍ୟରେ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଛି।

ତଥାପି ମା’ର ସମସ୍ତ କର୍ତ୍ତବ୍ୟ ନିର୍ବାହ କରିଛନ୍ତି ପତ୍ନୀ ତଥା ବିଧାୟିକା ଅଳକା ମହାନ୍ତି। ସୋନିଙ୍କ ଏକ ପୁତ୍ର ସନ୍ତାନ ହୋଇଥିବା ବେଳେ ଗତ ୨୩ ତାରିଖ ବିଧାୟିକା ଶ୍ରୀମତୀ ମହାନ୍ତି କୁଶମେଲ ଗ୍ରାମକୁ ଯାଇ ଝିଅ ସୋନି ଯାଦବ, ଜ୍ୱାଇଁ ଓ ନାତିଙ୍କ ସହ ସନ୍ୟାସୀ ଓ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଭେଟି ଦୀପାବଳି ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। ନାତିକୁ ଚେନ  ଓ ହାତର ବଳା ସହ ସମସ୍ତଙ୍କ ପାଇଁ ନୂଆ ଲୁଗା ନେଇ ଯାଇଥିଲେ। ବିଧାୟିକାଙ୍କ ସହ ଅତାବିରା ସରପଞ୍ଚ ସଞ୍ଜିତ ପ୍ରଧାନ ଓ ନରେଶ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟିକାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe