ହାଇକୋର୍ଟରେ ମଦ ନିଷେଧ ପ୍ରସଂଗ: ଜବାବ ଦାଖଲ ନକଲେ ହାଜର ହେବେ ଅବକାରୀ ସଚିବ

Advertisment
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ମଦ ନିଷେଧ ପ୍ରସଙ୍ଗରେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ଜବାବ ଦାଖଲ କରୁ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାମଲାରେ ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରା ନ ଯାଏ ତେବେ ଭର୍ଚୁଆଲ୍ ମୋଡ୍‌ରେ ଅବକାରୀ ସଚିବ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଯଦି  ନଭେମ୍ବର ଏକ ତାରିଖ ଦିନ ବା ତା’ ପୂର୍ବରୁ ମାମଲାରେ ଜବାବ ଦାଖଲ କରା ନ ଯାଏ ତେବେ ସରକାର ୧୦ ହଜାର ଟଙ୍କା ହାଇକୋର୍ଟ ‘ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡ୍‌’ରେ ଜମା କରିବେ ଓ ଏ ସଂପର୍କିତ ପ୍ରମାଣପତ୍ର କୋର୍ଟରେ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜ‌ଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି। ସାରା ରାଜ୍ୟରେ ସମସ୍ତ ପ୍ରକାର ମଦ ନିଷେଧ କରାଯାଉ ବୋଲି ଦର୍ଶାଇ ଆଇନଜୀବୀ ଶ୍ରୀ ବୁଦ୍ଧିଆ ୨୦୧୩ରେ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହା ଉପରେ ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe