ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା : ବିକିଲେ ୫ ହଜାର, ପିଇଲେ ୩ ହଜାର ତଣ୍ଡ

Advertisment
ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା : ବିକିଲେ ୫ ହଜାର, ପିଇଲେ ୩ ହଜାର ତଣ୍ଡ

ଘଟଗାଁ : ଗାଁରେ ମଦ ବିକିଲେ ୫ ହଜାର ଜରିମାନା ଆଉ ପିଇଲେ ତଣ୍ଡ ଗଣିବେ ୩ ହଜାର ଟଙ୍କା। ମଦ ବିରୋଧୀ ଅଭିଯାନର ମହିଳାମାନେ ଏଭଳି ନୂଆ ନିୟମ ଲାଗୁ କରିଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିନିଦା ପଞ୍ଚାୟତର ମହିଳାମାନେ।

ମଦ୍ୟପାନ ଯୋଗୁ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଘରର ଆର୍ଥିକ ପରିସ୍ଥିତି ବିଗୁଡ଼ୁଥିବାରୁ ଏହି ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ‘ମଦ ବିରୋଧୀ ମହିଳା ମଣ୍ଡଳ’ ଗଠନ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ମହିଳାମାନେ ପ୍ଲାକାର୍ଡ ଧରି ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିଛନ୍ତି। ଏଣିକି ମଦ ବିକିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଓ ମଦ ପିଇ ଘରକୁ ଆସିଲେ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ମହିଳା ମଣ୍ଡଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ମଦ ବ୍ୟବସାୟୀଙ୍କ ଘର ପୋଡ଼ିଦେଲେ!

publive-image

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗ୍ରାମରେ ମଦବିରୋଧୀ ମହିଳାମାନେ ଏକ ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ଜଣେ ମଦ ବ୍ୟବସାୟୀଙ୍କ ଝର ପୋଡ଼ି ଦେଇଥିବା ଅଭିଯୋଗରୁ ଜଣାପଡ଼ିଛି।

ପାଇକପଡ଼ା ଗ୍ରାମରେ ଦୀର୍ଘଦିନ ଧରି ବଳରାମ ମଳିକ ମଦ ବ୍ୟବସାୟ କରି ଆସୁଥିଲେ। ମହିଳାମାନେ ତାଙ୍କୁ ମଦ କାରବାର ବନ୍ଦ ପାଇଁ ତାଗିଦ କରିବା ସହ ଜିଲ୍ଲାପାଳ, ନୀଳଗିରି ଉପ-ଜିଲ୍ଲାପାଳ ତଥା ଅବକାରୀ ବିଭାଗକୁ ମଧ୍ୟ ଜଣାଇଥିଲେ। ହେଲେ କିଛି ଲାଭ ମିଳିନଥିଲା। ଫଳରେ ଗତକାଲି ଶତାଧିକ ମହିଳା ବଳରାମଙ୍କ ଘର ଉପରେ ଚଢ଼ଉ କରିବା ସହ ମଦ ଜବତ କରି ସେଗୁଡ଼ିକୁ ପୋଡ଼ିିଦେଇଥିଲେ।

ତେବେ ଆଜି ଘଟଣା ଭିନ୍ନ ମୋଡ଼ ନେଇଛି। ଭୋର୍‌ରେ ତାଙ୍କ ଘରେ କେହି ନିଆଁ ଲଗାଇଦେଇଥିବା ବଳରାମ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ମଦ ବିରୋଧୀ ମହିଳାଙ୍କୁ ଦାୟୀ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe