୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନରସିଂହପୁର ଥାନା ଅଧିକାରୀ

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନରସିଂହପୁର ଥାନା ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ କଟକ ଜିଲ୍ଲାର ନରସିଂହପୁର ଥାନା ଅଧିକାରୀ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି। ଏହାପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ କରିଥିବା ସୂଚନା ମିଳିଛି।

ଲାଞ୍ଚ ନେଉଥିବା ଥାନା ଅଧିକାରୀ ହେଉଛନ୍ତି ଅଲେଖ ଗରଡ଼ିଆ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ ଚାଲିଥିବାର ସୂଚନା ମିଳିଛି।  ନରସିଂହପୁରସ୍ଥିତ ସରକାରୀ ବାସଭବନ ଓ ସମ୍ବଲପୁରସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଟିମ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଟିମ ପହଞ୍ଚି ତାଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ସେପ୍ଟେମ୍ବରରେ ଏକ ମାମଲାର ରଫାଦଫା କରିବା ଲାଗି ଜଣେ ବ୍ୟକ୍ତିଙ୍କଠାରୁ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ଭିଜିଲାନ୍ସକୁ ଏସଂପର୍କରେ ସୂଚନା ଦେଇଥିଲେ। ତାପରେ ଯୋଜନାବଦ୍ଧ ଭାବେ ଆଜି ଭିଜିଲାନ୍ସ ଟିମ୍ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଲେଖଙ୍କୁ ଗିରଫ କରିଥିଲା। ନରସିଂହପୁର ଥାନା ଅଧିକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe