NBC 5 Dallas-Fort Worth
ବାରିପଦା : ମୟୂରଭଞ୍ଜ ଜିଲ୍ଲାରୁ ଏଯାବତ୍ ୧୮ଟି ସାମ୍ପଲ୍ କରୋନା ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆର୍ଏମ୍ଆର୍ସିକୁ ଯାଇଛି। ସବୁ ସାମ୍ପଲ୍ର ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାକୁ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ନିକଟରୁ ଏହି ସାମ୍ପଲ୍ ସବୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେହିପରି ବର୍ତ୍ତମାନ ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ହୋଇଥିବା ଆଇସୋଲେସନ୍ ୱାର୍ଡରେ ଋଷ୍ରୁ ଆସିଥିବା ଜଣେ ମେଡିକାଲ୍ ଛାତ୍ରୀ ଭର୍ତ୍ତି ହୋଇଛନ୍ତି। ସେହିପରି ପୁନେରୁ ଫେରି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକଙ୍କୁ ନିରୀକ୍ଷଣରେ ରଖାଯିବାପରେ ଡିସ୍ଚାର୍ଜ କରିଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ନିକଟରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଯାଇନଥିଲା। ତେବେ ଆଇସୋଲେସନ୍ ୱାର୍ଡରୁ ଡିସ୍ଚାର୍ଜ ହେଉଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ପ୍ରକାଶ।
Follow Us