କଂଗ୍ରେସ ବିଧାୟକଙ୍କୁ କବଜାକୁ ନେଇ ପାରିନି କରୋନା: ୯ରୁ ୯ ବିଧାୟକଙ୍କ ନେଗେଟିଭ୍

କଂଗ୍ରେସ ବିଧାୟକଙ୍କୁ କବଜାକୁ ନେଇ ପାରିନି କରୋନା: ୯ରୁ ୯ ବିଧାୟକଙ୍କ ନେଗେଟିଭ୍

ଭୁବନେଶ୍ବର:  ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ଆଉ ଅଧିବେଶନ ପୂର୍ବରୁ ବିଧାନସଭାକୁ ଘାରିଛି କରୋନା ଭୟ । ଲଗାତାର ମନ୍ତ୍ରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଘାରିଛି ଭୂତାଣୁ ଭୟ । ବିଜେପି ଓ ବିଜେଡି ମିଶାଇ ମୋଟ ୪୭ ବିଧାୟକ ଏଯାଏଁ କରୋନା ସଂକ୍ରମିତ ହୋଇଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି କଂଗ୍ରେସ ବିଧାୟକଙ୍କୁ ଛୁଇଁନି କରୋନା । କରୋନା କବଳକୁ ଆସି ନାହାନ୍ତି କଂଗ୍ରେସର ବିଧାୟକ । ବିଧାନସଭାକୁ କଂଗ୍ରେସର ୯ ଜଣ ବିଧାୟକ ଯାଇଥିବା ବେଳେ ୯ରୁ ୯ ଜଣ ନେଗେଟିଭ ବାହାରିଛନ୍ତି । ଅର୍ଥାତ କରୋନା ପରୀକ୍ଷାରେ କଂଗ୍ରେସର ୯ ନିର୍ବାଚିତ ବିଧାୟକ ସଂକ୍ରମିତ ହୋଇନଥିବା ଜଣାପଡିଛି ।

କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜୟପୁର ବିଧାୟକ ତାରା ବାହୀନିପତି, ଖରିଆର ବିଧାୟକ ଅଧିର ମୋହନ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗୋ, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ଜଟଣୀ ବିଧାୟକ ସୁରେଶ ରାଉତରାୟ , କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ରାଜଗାଙ୍ଗପୁର ବିଧାୟକ ସିଏସ ରାଜେନ ଏକ୍କାଙ୍କର ରିପୋର୍ଟ କରୋନା ନେଗେଟିଭ ଆସିଛି ।

ସେପଟେ ବିଧାନସଭା ପରିସରରେ ଦୁଇ ଦିନିଆ କୋଭିଡ ପରୀକ୍ଷା ଶିବିର କରାଯାଉଥିଲା । ମନ୍ତ୍ରୀ, ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କର କରୋନା ପରୀକ୍ଷା ହୋଇଥିଲା । ତେବେ ଶନିବାର ୭୫୭ ନମୂନାରୁ ୧୩୬ଟି ପଜିଟିଭ ଆସିଥିଲା । ଯେଉଁଥିରେ ୨ ବିଧାୟକ ପଜିଟିଭ ବାହାରିଥିଲେ । ରବିବାର ୭୮ ବିଧାୟକଙ୍କ ସମେତ ୨୬୦ ନମୂନା ପରୀକ୍ଷା ହୋଇଥିବା ବେଳେ ୧୨ ବିଧାୟକଙ୍କ ସମେତ ୪୮ ଜଣ ପଜିଟିଭ ବାହାରିଥିଲେ । ତେବେ ୨ ଦିନରେ ୧୪ ବିଧାୟକ ସଂକ୍ରମିତ ହୋଇଥିବା ଜଣାପଡିଥିବା ବେଳେ ମୋଟ ୪୭ ଜଣ ବିଧାୟକ ଏଯାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦୁଇ ଦିନିଆ ଟେଷ୍ଟରେ ମୋଟ ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe