ବହୁଚର୍ଚ୍ଚିତ ମଦନ ନାହାକ ହତ୍ୟାକାଣ୍ଡ: ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡା

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଭୁବନେଶ୍ବର/ଓଡ଼ଗାଁ : ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କେଶପାନିଆ ଗ୍ରାମର ମଦନ ନାହାକ ମୃତ୍ୟୁ ଘଟଣାର ଶନିବାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ ମାନସ ରଞ୍ଜନ ରଥ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ବ୍ୟକ୍ତିମାନେ ହେଲେ ଗଣେଶ ନାହାକ, ମେଳିଆ ନାହାକ, ଚତୁର୍ଭୁଜ ନାହାକ, ଭାଗି ନାହାକ, ଭୀମ ନାହାକ ଓ ମୋଚି ନାହାକ।

ମାମଲାର ବିବରଣୀରୁ ଜଣାଯାଏ ଯେ, କେଶପାନିଆ ଗ୍ରାମର କୁମାରୀ ନାହାକଙ୍କ ୨୦୦୨ ଅକ୍ଟୋବର ୧୦ ତାରିଖରେ କରିଥିବା ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପିତା ମଦନ ନାହାକଙ୍କୁ ସେହି ଗ୍ରାମର ମୋଚି ନାହାକ ଓ ଅନ୍ୟ ୧୭ ଜଣ କଟୁରୀ ଓ ଠେଙ୍ଗା ସାହାଯ୍ୟରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁଗଳ ନାହାକ ଓ ଅନ୍ୟମାନେ ଆକ୍ରମଣକାରୀଙ୍କ ବୋମା ଓ ପଥରମାଡ଼ର ଶିକାର ହୋଇଥିଲେ। ତେବେ ଏହି ଘଟଣାରେ ମଦନ ନାହାକଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁଗଳ ନାହାକଙ୍କ ସମେତ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ଅଭିଯୋଗ ଅନୁସାରେ ଶରଣକୁଳ ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଜାରି ଥିଲଶ। ଆଜି ଏଡିଜେ ଶ୍ରୀ ରଥ ସମସ୍ତ ସାଖିଙ୍କ ବୟାନକୁ ବିଚାର କରି ରାୟ ଶୁଣାଇଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ପବ୍ଲିକ ପ୍ରସକ୍ୟୁଟର ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe