ସମୂହ ଛୁଟିରେ ଜିଲ୍ଲାର ସମସ୍ତ ଅମଲା, ସମସ୍ତ ସରକାରୀ ଅଫିସର କାର୍ଯ୍ୟ ଠପ୍‌ 

Advertisment
ସମୂହ ଛୁଟିରେ ଜିଲ୍ଲାର ସମସ୍ତ ଅମଲା, ସମସ୍ତ ସରକାରୀ ଅଫିସର କାର୍ଯ୍ୟ ଠପ୍‌ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅମଲା କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆଜିଠାରୁ ସମୂହ ଛୁଟିରେ ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି। ଦାବି ଅନୁସାରେ ଗ୍ରେଡ୍‌-ପେ ୪୨୦୦ ଘୋଷଣା କରାନଯିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେ​ବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଆଜିର ଧାରଣାରେ ମିଳିତ ଅମଲା ମଞ୍ଚର ଆବାହକ ସୁଦାମ ଚରଣ ମିଶ୍ର, ଅଧ୍ୟକ୍ଷ ମାନସ ରଞ୍ଜନ ସେଠୀ, ରାଜସ୍ବ ଅମଲା ସଂଘ ବୌଦ୍ଧ ଶାଖାର ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର, ଲକ୍ଷ୍ମୀନାରାୟଣ ବଳିୟାର ସିଂହ, ଭିକାରି ଚରଣ ଝାଙ୍କର, ଉପଦେଷ୍ଟା ପ୍ରକାଶ କହଁର, ଅମଲା ସଂଘର ଉପଦେଷ୍ଟା ଦିଲୀପ ମେହେର, ସତ୍ୟନାରୟଣ ପ୍ରଧାନ, ଶତ୍ରୁଜିତ ମହାପାତ୍ର, ସଞ୍ଜୀବ ବସ୍ତିଆ, ଜଗନ୍ନାଥ ମହାପାତ୍ର, ପ୍ରେମାନନ୍ଦ ମେହେର, ଅବିନାଶ ମିଶ୍ର, ସରୋଜ ବେହେରା, ଶ୍ରୀନିବାସ ମିର୍ଦ୍ଧା, ବିକାଶ ମାହାଲିକ, ହାଡିବନ୍ଧୁ ମିଶ୍ର, ସୁଜିତ ମିଶ୍ର, ସର୍ବେଶ୍ୱର ଦାନୀ, ପ୍ରୀତି ରଞ୍ଜନ ମହାଲିଙ୍ଗ, ସୁବାସ ନାଏକ, ହିମାଂଶୁ ମେହେର, ସତ୍ୟବ୍ରତ ସାହୁ, ଦେବବ୍ରତ ପାଣିଗ୍ରାହୀ, ସୁମନ୍ତ ପାଣିଗ୍ରାହୀ, ଜିତେନ୍ଦ୍ର ମେହେର, ସଂଜିତ ସାହୁ, ଲୋକନାଥ ମେହେର, ସୁଧୀର ନାଏକ ପ୍ରମୁଖଙ୍କ ସହ ଅନେକ ପୁରୁଷ ଓ ମହିଳା ସଦସ୍ୟ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe