ଫ୍ଲାଏ ଓଭର ଉପରେ ଯିବ ଭୁବନେଶ୍ବର-କଟକ ବସ, ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ମୋଟାଅଙ୍କର ଜରିମାନା

Advertisment
ଫ୍ଲାଏ ଓଭର ଉପରେ ଯିବ ଭୁବନେଶ୍ବର-କଟକ ବସ, ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ମୋଟାଅଙ୍କର ଜରିମାନା

ଭୁବନେଶ୍ୱର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ତେବେ ସୋମବାର ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍‌ ଆଉ ଫ୍ଲାଏ ଓଭର ତଳେ ଯାଇ ପାରିବ ନାହିଁ ବୋଲି କମିସନରେଟ ପୁଲିସ ଏକ ବିଜ୍ଞପ୍ତି ଜାରି କରି କହିଛି।

publive-image

କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି କି, ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍‌ ଫ୍ଲାଏ ଓଭର ଦେଇଯିବ ଏବଂ କ୍ରାଉନ୍‌ ହୋଟେଲ ଓ ସତସଙ୍ଗ ବିହାର ଛକରେ ଯାଇ ରହିବ। ଏମିତି କି ଆଚାର୍ଯ୍ୟବିହାର ଓ ବାଣୀବିହାର ଛକରେ କୌଣସି ଭୁବନେଶ୍ବର-କଟକ ବସ୍‌ ରହି ପାରିବ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏହି ନିୟମ ନ ମାନିଲେ ବସ୍‌ ଚାଳକଙ୍କୁ ମୋଟାଅଙ୍କର ଜରିମାନା ଦେବାକୁ ପଡ଼ିଛି। ଜରିମାନା ପରିମାଣ ୧୦୦୦ଟଙ୍କା ରଖାଯାଇଛି। ତେବେ ଏହି ନିୟମ ଦ୍ୱାରା କିଛି ଯାତ୍ରୀଙ୍କୁ ସୁବିଧା ହୋଇଥିବା ବେଳେ କିଛି ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe