ବିଷ ଜାଲରେ ସଫା ହୋଇଗଲା ପୁରା ପରିବାର: ସପ୍ତାହକ ମଧ୍ୟରେ ମୂଳପୋଛ ହୋଇଗଲା ଅର୍ଜୁନଙ୍କ ପରିବାର

Advertisment
ବିଷ ଜାଲରେ ସଫା ହୋଇଗଲା ପୁରା ପରିବାର: ସପ୍ତାହକ ମଧ୍ୟରେ ମୂଳପୋଛ ହୋଇଗଲା ଅର୍ଜୁନଙ୍କ ପରିବାର

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଗତକାଲି ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମାଙ୍କର ମୃତ୍ୟୁ ହୋଇଯାଇଛି | ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ହୋଇ ପରିବାରର ସଦସ୍ୟ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆଉ ଗତକାଲି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଆଜି ଘରର ବର୍ତମାନ ମୁଖ୍ୟ ଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି |ସୋହେଲା ମାଷ୍ଟରପଡ଼ାର ଅର୍ଜୁନ ସାହୁ ସୋହେଲାରେ ଏକ କଂସାବାସନ ଦୋକାନ ଦେଇ ନିଜ ପରିବାର ପୋଷଣ କରୁଥିଲେ। ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା (୨୩)ଙ୍କୁ ନେଇ ତାଙ୍କ ଛୋଟିଆ ସଂସାର।

ଅର୍ଜୁନ ତାଙ୍କ ଏକମାତ୍ର ଝିଅ ସୁବର୍ଣ୍ଣାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବାହା ଦେଇଥିଲେ। କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ଆସି ସୋହେଲାରେ ତାଙ୍କ ବାପାଙ୍କ ଘରେ ନିଜ ୨ବର୍ଷର ଛୋଟ ଝିଅ ସହିତ ରହି ଆସୁଥିଲେ। ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଭବିଷ୍ୟତ କଥା ଚିନ୍ତା କରି ପରିବାର ଲୋକେ ମାନସିକ ଚାପରେ ଥିଲେ। ରବିବାର ସକାଳେ ଘର କବାଟ ବନ୍ଦ ଥିଲା। ଘରୁ କୀଟନାଶକର ଦୁର୍ଗନ୍ଧ ବାହାରୁଥିବା ଜାଣି ତୁରନ୍ତ ପଡ଼ାବାସୀ, ସୋହେଲାର କିଛି ସ୍ୱେଚ୍ଛାସେବୀ ଓ ପୁଲିସ ମିଶି କବାଟ ଭାଙ୍ଗି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଗଲା। ଦୁଇ ଭାଇ ଓ ଭଉଣୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଆଜି ମାଙ୍କ ଜୀବନ ଚାଲିଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe